fbpx

ଟାଇ ପିନ୍ଧିବା ମନା: ଜଳବାୟୁ ଏବଂ ପାଣିପାଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ

ଋିପୋର୍ଟ: ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏଠି କର୍ମକ୍ଷେତ୍ରରେ ଟାଇ ପିନ୍ଧିବା ମନା। ଟାଇ ପିନ୍ଧିବା ଉପରେ ରୋକ ଲଗାଇଲେ ପ୍ରଧାନମନ୍ତ୍ରୀ। ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ନିଜ କର୍ମଚାରୀ ମାନଙ୍କୁ ଟାଇ ପିନ୍ଧିବା ପାଇଁ ମନା କରିଛନ୍ତି ତେବେ ଏହା ପଛରେ ଥିବା କାରଣ ହେଉଛି ସ୍ପେନର ଜଳବାୟୁ। ଆପଣ ଏହି କଥା ଜାଣିଲେ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହେବେ ଯେ ସ୍ପେନର ଜଳବାୟୁ ଏବଂ ପାଣିପାଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ। କିଛି ଦିନ ହେବ ସ୍ପେନର ତାପମାତ୍ରା ୩୬ ରୁ ୩୯ ଡିଗ୍ରୀ ସେଲସିୟସ ଉପରେ ରହୁଛି। ଏହା ଦ୍ୱାରା ଲୋକମାନେ ମଧ୍ୟ ଅଧିକ ଶକ୍ତି ବ୍ୟବହାର କରୁଛନ୍ତି।

ଏହି ଶକ୍ତିକୁ ହ୍ରାସ କରିବା ପାଇଁ ସେ ଏହି ପଦକ୍ଷପ ଗ୍ରହଣ କରିଛନ୍ତି। ସେ ସ୍ପେନର ମାଡ୍ରିଡର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଯେ ମୁଁ ଆପଣ ସମସ୍ତଙ୍କୁ ଦେଖାଇଦେବାକୁ ଚାହେଁ ଯେ ମୁଁ ଆଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛି କିନ୍ତୁ ଆପଣ ଦେଖି ପାରୁଥିବେ ମୁଁ ଟାଇ ପିନ୍ଧି ନାହିଁ। ଏହା ସହିତ ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ଅନୁରୋଧ କରିବି ଆପଣ ମଧ୍ୟ ଟାଇ ପିନ୍ଧନ୍ତୁ ନାହିଁ। ଟାଇ ନ ପିନ୍ଧିବା ଦ୍ୱାରା ଆପଣ ମାନେ ଟିକିଏ ଆରମ ଅନୁଭବ କରିପାରିବେ। ଆଉ ଏହା ଦ୍ୱାରା ଆପଣମାନଙ୍କର ଶକ୍ତି ମଧ୍ୟ ସଞ୍ଚୟ ହୋଇପାରିବ। ଏହା ଦ୍ୱାରା ଆମେ ସମସ୍ତେ ଶକ୍ତି ସଞ୍ଚୟ କରି ପାରିବା। ଏହି ବାର୍ତ୍ତା ଦେଇ ସେ ତାଙ୍କର ସମସ୍ତ କର୍ମଚାରୀ ଏବଂ ଉଭୟ ବେସରକାରୀ କର୍ମଚାରୀ ମାନଙ୍କୁ ଟାଇ ନ ପିନ୍ଧିବାକୁ ଆହ୍ୱାନ ଦେଇଛନ୍ତି। ଏବଂ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାକୁ ଏହି ନିୟମ ପାଳନ କରିବାକୁ କହିଛନ୍ତି।

ସୂଚନାମୁତାବକ ସୋମବାର ଠାରୁ ସ୍ପେନ ସରକାର ଅନ୍ୟ ୟୁରୋପୀୟ ସରକାରଙ୍କ ଭଳି ଜରୁରୀ ଶକ୍ତି ସଞ୍ଚୟ ପଦକ୍ଷପ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି। ଯୁକ୍ରେନ ଉପରେ ଆକ୍ରମଣ ହେବା ପରେ ଶକ୍ତ ସଞ୍ଚୟ ତଥା ଋଷର ଗ୍ୟାସ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବର୍ତ୍ତମାନ ବିଭିନ୍ନ ଦେଶ ଭିନ୍ନ ପଦକ୍ଷପ ଗ୍ରହଣ କରୁଛନ୍ତି ବୋଲି ବିବିସିର ଏକ ରିର୍ପୋଟରେ ଏହା ପ୍ରକାଶ କରାଯାଇଛି। ଏହି ଘଟଣା ପ୍ରଥମ ନୁହେଁ ନିକଟରେ ଫ୍ରାନ୍ସ, ଜର୍ମାନୀ ଆଉ ବ୍ରିଟେନରେ ମଧ୍ୟ ଶକ୍ତି ବଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷପ ନିଆଯାଉଛି। ଫ୍ରାନ୍ସରେ ଏସି ଚାଲୁଥିବା ସମୟରେ କବାଟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି ଯାହା ଦ୍ୱାରା ନିୟନଗ୍ୟାସର କମ ମାତ୍ରାରେ ବ୍ୟବହାର କରାଯିବ। ସେହିପରି ଜର୍ମାନୀରେ କେବଳ ପବ୍ଲିକ ପୁଲ ଏବଂ ଖେଳ ସେଣ୍ଟର ମାନଙ୍କରେ ଥଣ୍ଡା ସାୱାର କରିବାକୁ ଅନୁମତି ଦିଆଯାଇଛି।

Get real time updates directly on you device, subscribe now.