fbpx

(Video) ଥମିନି ବାବୁସାନ ବିବାଦ: ମୁମ୍ବାଇ ପଳାଇଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଖୁବଶୀଘ୍ର ସମାଧାନ ହେବାକୁ ଯାଉଛି । ଏନେଇ ବାବୁସାନଙ୍କ ଘନିଷ୍ଠ ବନ୍ଧୁ ରବି ମିଶ୍ର ସୂଚନା ଦେଇଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ମୁମ୍ବାଇ ପଳାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଆଜି ସକାଳୁ ପ୍ରକୃତି ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ଏନେଇ ପ୍ରକୃତିଙ୍କ ବାପା ମନ୍ମଥ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରକୃତିଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଲେଖିଛନ୍ତି ‘ଆଗକୁ ସେକେଣ୍ଡ୍ ଇଂନିସିରେ ପୁଣି ଆପଣଙ୍କ ସହ ଦେଖାହେବ । ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ୟ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ । ଆଉ ସେତିକି ଦିନ ଯାଏ ଜଣେ ରକଷ୍ଟାର ଭାବେ ରହିବାକୁ ହେବ ।’ ତେବେ କ’ଣ ପ୍ରକୃତିଙ୍କର ଏହି ସେକେଣ୍ଡ ଇନିଂସ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ।

ଆଉ ଏହାରି ଭିତରେ କାହାକୁ କୌଣସି ପ୍ରକାର ଉତ୍ତର ଦେବାର ଆବଶ୍ୟକତା ନାହିଁ । କାରଣ ନିଜ ସମ୍ପର୍କରେ ନିଜେ ହିଁ ତୁମେ ଜାଣ । ସତ୍ୟ ଦିନେ ନା ଦିନେ ପଦାକୁ ଆସିବ । ମୁଁ ଜାଣେ ଠିକ୍ ସମୟରେ ମୋତେ ନ୍ୟାୟ ମିଳିବ’ ବୋଲି ସେ ଲେଖିଛନ୍ତି ।

ସେହିପରି ଗତକାଲି ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ ପ୍ରକୃତି । ଅତ୍ୟଧିକ ଆତ୍ମପ୍ରଶଂସା କରୁଥିବା ବ୍ୟକ୍ତି ବା ଆତ୍ମଗର୍ବୀଙ୍କ ସଂପର୍କରେ ସେ ଏକ ପୋଷ୍ଟ କରିଥିଲେ । ସେ ଲେଖିଥିଲେ, ଆତ୍ମଗର୍ବୀ ମାନଙ୍କ ଠାରୁ କେବେ ବି ସତପାଇବ ନାହିଁ । ଅତିବେଶୀରେ ଯାହା ଜାଣିହେବ, ତାହା ସେମାନଙ୍କୁ ପୀଡ଼ିତ କିମ୍ବା ହିରୋ ଭାବେ ଚିତ୍ରିତ କରିବ । ମାତ୍ର ଭିଲେନ୍ ଭାବେ ନୁହେଁ । ତେବେ ପ୍ରକୃତି କାହା ଉଦ୍ଦେଶ୍ୟରେ ଏମିତି ଲେଖିଥିଲେ, ସେନେଇ ଚର୍ଚ୍ଚା ହୋଇଥିଲା । ଏହି ସବୁ ମେସେଜ ଲେଖି ସେ ନ୍ୟାୟର ଆଶାରେ ରହିଛନ୍ତି । ସେପଟେ ବାବୁସାନ ଏବଂ ତୃପ୍ତିଙ୍କ ମଧ୍ୟରେ ବୁଝାମଣା ଆଗକୁ ଯିବା ସହିତ ଘଟଣାର ସମାଧାନ ହେବାକୁ ବସିଲାଣି ।

Get real time updates directly on you device, subscribe now.