fbpx

DL ତିଆରି କରିବାର ସହଜ ଉପାୟ: ଆବଶ୍ୟକ ହୋଇଥାଏ ଏହି ସବୁ ଡକ୍ୟୁମେଣ୍ଟସ

ଗାଡି ଚଳାଇବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ(DL) ନିତ୍ୟାନ୍ତ ଆବଶ୍ୟକ । ବିନା DLରେ ଗାଡି ଚଳାଇବାକୁ ଏକ ଅପରାଧ କୁହାଯାଉଥିବା ବେଳେ ଧରା ପଡିଲେ ଜରିମାନା ସାଙ୍ଗକୁ ଜେଲ ମଧ୍ୟ ଯିବାକୁ ପଡିପାରେ । ତେଣୁ ଯଦି ଆପଣ ଗାଡି ଚଳାଉଛନ୍ତି, ତେବେ ଏହାପୂର୍ବରୁ ନିଜ DL ପ୍ରସ୍ତୁତ କରି ନିଅନ୍ତୁ । ତେବେ ନିଜ ନାଁରେ DL କିପରି କରିବେ? ଏହାର ମଧ୍ୟ ୨ଟି ପ୍ରକ୍ରିୟା ରହିଛି । ପ୍ରଥମେ ଲର୍ଣ୍ଣିଙ୍ଗ ଲାଇସେନ୍ସ (Learning License) ଏବଂ ପରେ ଡ୍ରାଇଭିଙ୍ଗ ଲାଇସେନ୍ସ(Driving License) ତିଆରି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା କିପରି ପ୍ରସ୍ତୁତ ହୋଇଥାଏ ।

ଲର୍ଣ୍ଣିଙ୍ଗ ଲାଇସେନ୍ସ ପାଇଁ କିପରି ଆପ୍ଲାଏ କରିପାରିବେ?
• https://sarathi.parivahan.gov.in/ ସାଇଟକୁ ଯାଆନ୍ତୁ

• ନିଜ ରାଜ୍ୟ ବାଛନ୍ତୁ

• Learner Licenseକୁ ଯାଇ Application for New Learners Licenseରେ କ୍ଲିକ କରନ୍ତୁ

• Learner License Application Form ଫର୍ମ ପୂରଣ କରନ୍ତୁ ଏବଂ ‘Next’ରେ କ୍ଲିକ କରନ୍ତୁ

• ଆବଶ୍ୟକୀୟ ତଥ୍ୟ ଅପଡେଟ କରନ୍ତୁ

• ପେମେଣ୍ଟ ମୋଡ ସିଲେକ୍ଟ କରି ଏଠାରେ ପେମେଣ୍ଟ କରନ୍ତୁ

• ଏବେ ଆପଣଙ୍କ ନିକଟବର୍ତ୍ତୀ RTO ଭିଜିଟ ପାଇଁ ସ୍ଲଟ ଚୟନ କରନ୍ତୁ

• ଏହାପରେ ଶେଷରେ ସମସ୍ତ ଦସ୍ତାବିଜ ସହ ଆରଟିଓ ଭିଜିଟ କରନ୍ତୁ ।

Learning Driving License ପାଇଁ ଆବଶ୍ୟକୀୟ ଦସ୍ତାବିଜ:-

• Learning License ଆପ୍ଲାଏ କରିବା ପାଇଁ ଭରା ହୋଇଥିବା ଫର୍ମ

• ପାସପୋର୍ଟ ସାଇଜ ଫଟୋ

• ନିବାସ ପ୍ରମାଣ ପତ୍ର(ବିଲ, ଲୀଜ/ରେଣ୍ଟ ଏଗ୍ରିମେଣ୍ଟ)

• ସରକାରୀ ଆଇଡି ପ୍ରମାଣ ପତ୍ର(ଆଧାର କାର୍ଡ, ଭୋଟର କାର୍ଡ, ପାନ କାର୍ଡ, ପାସପୋର୍ଟ)

ଏହାପରେ ଆପଣଙ୍କୁ ସ୍ଥାୟୀ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ପ୍ରସ୍ତୁତ କରିବାକୁ ପଡିଥାଏ । ତେବେ ଏଥିପାଇଁ ଆପଣଙ୍କୁ ଅଧିକ ରାଶି ଜମା କରିବାକୁ ପଡିଥାଏ ଏବଂ ଆରଟିଓରେ ଫାଇନାଲ ଟେଷ୍ଟ ମଧ୍ୟ ଦେବାକୁ ହୁଏ । ଏ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ସ୍ଥାୟୀ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.