fbpx

ନିୟମିତ ରୁଟି ଖାଇବାର ଅଭ୍ୟାସ ଆପଣଙ୍କର ଅଛି କି, ହୋଇଯାଆନ୍ତୁ ସାବଧାନ, ନଚେତ୍ ପଡ଼ିବେ ଅସୁବିଧାରେ

ରୁଟି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । କିଛି ଲୋକ ଓଜନ ବୃଦ୍ଧି ହ୍ରାସ ଉଦ୍ଦେଶ୍ୟରେ ଭାତକୁ ଛାଡ଼ି ରୁଟିକୁ ଆପଣେଇଥାନ୍ତି । ଏଥିରେ ଲୌହ, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଆଦି ଭରପୁର ମାତ୍ରାରେ ରହିଛି । ଯଦିଓ ରୁଟି ଆମ ଶରୀର ପାଇଁ ଏକ ଭଲ ଖାଦ୍ୟ, ତଥାପି ଏହାର ମାତ୍ରାଧିକ ସେବନ କରିବା ଉଚିତ ନୁହେଁ । ଏହାର ଅନେକ ସାଇଡ୍ ଇଫେକ୍ଟ ରହିଛି । ରୁଟି ଖାଇବା ଦ୍ୱାରା ଆମ ଶରୀରର ବହୁତ କ୍ଷତି ଘଟିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ:-

– କିଛି ଲୋକଙ୍କ ଶରୀରରେ ଅକ୍ସାଲେଟ୍ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଥାଏ । ଏଭଳି ଲୋକମାନେ ରୁଟି ଖାଇବାରୁ ଦୂରେଇ ରହିବା ଉଚିତ । ଶରୀରରେ ଅକ୍ସାଲେଟର ମାତ୍ରା ଅଧିକ ରହିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ ।

– ରୁଟି ଖାଇବା ଦ୍ୱାରା ଆମ ପାଚନ କ୍ରିୟା ବିଶେଷ ଭାବେ ପ୍ରଭାବିତ ହୋଇଥାଏ । ଯେଉଁମାନର ହଜମ ଶକ୍ତି ଅଧିକ ଥାଏ ସେମାନଙ୍କ କ୍ଷେତ୍ରରେ ବିଶେଷ ଅସୁବିଧା ହୋଇନଥାଏ । ମାତ୍ର କମ୍ ହଜମ ଶକ୍ତି ଥିବା ବ୍ୟକ୍ତି ଯଦି ବାସି ରୁଟି ଖାଇଥାନ୍ତି, ତେବେ ତାହା ଫୁଡ୍ ପଏଜନିଂ ହେବାର ଆଶଙ୍କା ଥାଏ । ଯାହା ପରବର୍ତ୍ତୀ ସମୟରେ ଜଣକୁ ମୃତ୍ୟୁମୁଖକୁ ଟାଣି ନେଇଯାଇଥାଏ ।

– ରୁଟିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟସ୍ ଥାଏ । ଏକ ସୁସ୍ଥ ଶରୀର ପାଇଁ ଦିନକୁ ୨୫ ଗ୍ରାମର କାର୍ବୋହାଇଡ୍ରେଟସ୍ ଆବଶ୍ୟକ । ଯେଉଁମାନେ ଦିନକୁ ୩ ଥର ରୁଟି ଖାଇଥାନ୍ତି ସେମାନଙ୍କ ଶରୀରରେ ଆବଶ୍ୟକତା ଠାରୁ ଅଧିକ ପରିମାଣର କାର୍ବୋହାଇଡ୍ରେଟସ୍ ମିଳିଥାଏ । ଏହା ଆମର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.