Relationship Tips: ଭୁଲ ବୁଝାମଣା ପାଇଁ ଦୂରେଇଯିବେ ପାର୍ଟନର, କରନ୍ତୁନି ଏହି ଭୁଲ
ପାର୍ଟନରଙ୍କ ମଧ୍ୟରେ ଭୁଲ ବୁଝାମଣା ସମ୍ପର୍କରେ ଫାଟ ସୃଷ୍ଟି କରିପାରେ । ସମୟ ଥାଉ ଥାଉ ଏହାକୁ ସୁଧାରି ନିଅନ୍ତୁ ।
ଓଡ଼ିଶା ଭାସ୍କର: ପ୍ରତ୍ୟେକ ସମ୍ପର୍କର ମୂଳଦୁଆ ହେଉଛି ବିଶ୍ୱାସ । ଆଉ ଏହି ବିଶ୍ୱାସରେ ଥରେ ଆଞ୍ଚ୍ ଆସିଲେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।
ଆଜିକାଲିର young couplesଙ୍କ ମଧ୍ୟରେ ବେଶି misunderstanding ଦେଖାଦେଉଛି ।
ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା ସେମାନଙ୍କ ପାଇଁ ଏକ ଆହ୍ୱାନ ପାଲଟିଯାଇଛି । ପ୍ରତ୍ୟେକ ସମ୍ପର୍କରେ ଛୋଟ ବଡ଼ ଭୁଲ ହୁଏ କିନ୍ତୁ ସମୟ ଥାଉ ଥାଉ ସେହି ଭୁଲକୁ ସୁଧାରିବା ବୁଦ୍ଧିମତାର ଲକ୍ଷଣ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ବିଷୟ ସମ୍ପର୍କକୁ ଦୁର୍ବଳ କରିଥାଏ ।
୧. ଅନ୍ୟ ସହ ପାର୍ଟନରଙ୍କ ତୁଳନା କରନ୍ତୁ ନାହିଁ: ସାଧାରଣତଃ ପ୍ରତି ସମ୍ପର୍କରେ ପାର୍ଟନର ଏଭଳି ଭୁଲ କରିଥାନ୍ତି । ଏଥିପାଇଁ ସେମାନଙ୍କୁ ପଛରେ ଅନୁତାପ କରିବାକୁ ପଡ଼ିଥାଏ । ଆପଣଙ୍କ ପାର୍ଟନର ଯେମିତି ଅଛନ୍ତି ତାଙ୍କୁ ସେହି ଭଳି ପସନ୍ଦ କରିବାକୁ ଚେଷ୍ଟା କରନ୍ତୁ ।
ତାଙ୍କୁ ବେଶି ବଦଳେଇବାକୁ ଚେଷ୍ଟା କରନ୍ତୁ ନାହିଁ କିମ୍ବା ଅନ୍ୟ ସହ ତୁଳନା କରନ୍ତୁ ନାହିଁ । ଏହା ସେମାନଙ୍କୁ ମାନସିକ ଭାବେ ଭାରାକ୍ରାନ୍ତ ଓ ଦୁର୍ବଳ କରିଥାଏ । ସେମାନଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିଥାଏ ।
୨. ପୁରୁଣା କଥାକୁ ନେଇ ଝଗଡ଼ା କରିବା: ଅଧିକାଂଶ young couple ପୁରୁଣା କଥାକୁ ନେଇ ଝଗଡ଼ା କରିଥାନ୍ତି । ଏହା ଦ୍ୱାରା କିଛି ଲାଭ ହୋଇନଥାଏ ବରଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।
ପୁରୁଣା କଥା ଆଲୋଚନା କରିଲେ କିଛି ଲାଭ ମିଳେନି । କେବଳ ସମୟ ନଷ୍ଟ ହୋଇଥାଏ ।
ପାର୍ଟନରଙ୍କ ସାମ୍ନାରେ ନିଜ ମନ କଥା ପ୍ରକାଶ କରନ୍ତୁ । ଏହା ସହ ପାର୍ଟନରଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ।
ସମ୍ପର୍କକୁ କିପରି ମଜବୁତ କରି ହେବ ସେ ବିଷୟରେ ଆଲୋଚନା କରନ୍ତୁ । ପୁରୁଣା କଥାକୁ ନ ଘାଣ୍ଟି ଭବିଷ୍ୟତ ଉପରେ ଫୋକସ୍ କରନ୍ତୁ ।
୩. ପରସ୍ପରକୁ ସମ୍ମାନ ନ ଦେବା: ସମ୍ପର୍କରେ ପରସ୍ପର ପ୍ରତି ସମ୍ମାନ ରହିବା ଉଚିତ । ବେଳେ ବେଳେ ଆମେ ପାର୍ଟନରଙ୍କୁ taken for granted ନେଇଥାଉ ।
ପାର୍ଟନରଙ୍କୁ ଏମିତି କେବେ ବି ଅନୁଭବ ହେବାକୁ ଦିଅନ୍ତୁ ନାହିଁ ଯେ ଏହି ସମ୍ପର୍କରେ ତାଙ୍କୁ ଅଣଦେଖା କରାଯାଉଛି ।
ଏଭଳି ସ୍ଥିତିରେ ପାର୍ଟନର ଆପଣଙ୍କ ଠାରୁ ଦୂରେଇ ଯିବାର ସମ୍ଭାବନା ରହିଛି । ତେଣୁ ପାର୍ଟନରଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତୁ ।
ସବୁବେଳେ ନିଜ ଇଚ୍ଛାକୁ ପ୍ରାଧାନ୍ୟ ଦେବା, କାର୍ଯ୍ୟରେ ବ୍ୟସ୍ତ ରହିବା ଇତ୍ୟାଦି ବାହାନା ଠାରୁ ଦୂରେଇ ରୁହନ୍ତୁ । ପରସ୍ପର ସହ ଯେତେ ଅଧିକ ସମୟ ବିତାଇବେ ସମ୍ପର୍କ ସେତେ ମଜବୁତ ହୋଇଥାଏ ।
୪.ଇଗୋ: ବେଳେ ବେଳେ ପରସ୍ପରର ଇଗୋ ସୁନ୍ଦର ସମ୍ପର୍କକୁ ଖରାପ କରିପାରେ । ତେଣୁ ପରସ୍ପରକୁ ବୁଝିବା ଏବଂ ବୁଝାଇବା ପାଇଁ ଇଗୋ ଠାରୁ ଦୂରେଇ ରୁହନ୍ତୁ ।
ଛୋଟ ଛୋଟ କଥାକୁ ନେଇ ମନରେ ଇଗୋ ରଖିଲେ ସମସ୍ୟା ଆହୁରି ଜଟିଳ ହୋଇଯାଏ ।
୫. ଧୈର୍ଯ୍ୟ: ଦୁହିଙ୍କ ମଧ୍ୟରେ ଭୁଲ ବୁଝାମଣାର ସମାଧାନ କରିିବା ପାଇଁ ଧୈର୍ଯ୍ୟର ସହ ପାର୍ଟନରଙ୍କ କଥାବାର୍ତ୍ତା ଶୁଣନ୍ତୁ ।
ଧୈର୍ଯ୍ୟହରା ହୋଇ ଏକ ପକ୍ଷ ଭାବେ ବିଚାର କରି ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ ।