fbpx

ଆପଣଙ୍କ ଜୀବନରେ ବହୁ ସମସ୍ୟା ଆଣିପାରନ୍ତି ଫେକ୍ ଫ୍ରେଣ୍ଡ, ଏହି ୫ଟି ସଂକେତରୁ ସେମାନଙ୍କୁ ଚିହ୍ନନ୍ତୁ

ଓଡ଼ିଶା ଭାସ୍କର: ପ୍ରକୃତ ସାଥୀ ସିଏ ହୋଇଥାଏ ଯିଏ କେବଳ ଆପଣଙ୍କ ଦୁଃଖ ସମୟରେ ନୁହେଁ ସୁଖ ସମୟରେ ବି ଆପଣଙ୍କ ସାଥିରେ ରହିଥାଏ । ପ୍ରକୃତ ସାଥୀ କେବେ ବି ଦେଖାଇ ହୋଇ ନଥାଏ । ସେ ଭିତରୁ କିଛି ଓ ବାହାରେ ଆଉ କିଛି ହୋଇ ନ ଥାଏ । ତା’ ମନ ଭିତରେ ସାଥି ପ୍ରତି କେବେ ବି ଖରାପ ଚିନ୍ତା ଆସି ନ ଥାଏ । କିନ୍ତୁ ଯେଉଁମାନେ କେବଳ ଆପଣଙ୍କ ଠାରୁ କିଛି ଲାଭ ପାଇଁ ଆପଣଙ୍କ ଜୀବନରେ ରହିଥାନ୍ତି ସେମାନଙ୍କୁ ଫେକ୍ ଫ୍ରେଣ୍ଡ କୁହାଯାଏ । ଏପରି ସ୍ଥିତିରେ ଆପଣ ଏହି ୬ ସଂକେତରୁ ଫେକ୍ ପ୍ରେଣ୍ଡଙ୍କୁ ଚିହ୍ନି ପାରିବେ ।

ଅସଲ ଓ ନକଲି ମିତ୍ର ମଧ୍ୟରେ ଫରକ: ପ୍ରକୃତ ମିତ୍ର ଇମୋସନାଲ ଓ ପ୍ରାକ୍ଟିକାଲ ସପୋର୍ଟର ଏକ ମୂଲ୍ୟବାନ ସ୍ରୋତ ହୋଇଥାଏ । ଯେଉଁମାନେ ଜୀବନରେ ଭଲ ବନ୍ଧୁ ପାଇଥାନ୍ତି ସେମାନେ ଜୀବନରେ କେବେ ଷ୍ଟ୍ରେସରେ ରହି ନ ଥାନ୍ତି । ଫଳରେ ସେମାନଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଥାଏ । କିନ୍ତୁ ଯେତେବେଳେ ବାସ୍ତବରେ ଆପଣଙ୍କର କାହାର ଆବଶ୍ୟକ ପଡିଥାଏ ସେତେବେଳେ ନକଲି ମିତ୍ର ଆପଣଙ୍କ ଠାରୁ ଦୂରେଇ ଯାଇଥାଏ । ଯଦି ଆପଣଙ୍କର ମିତ୍ର ଆପଣଙ୍କ ସହ ଏପରି କରୁଛି ତେବେ ତାହାଠାରୁ ସଂପର୍କ ଛିନ୍ନ କରନ୍ତୁ ।
ଏକତରଫା ଦୋସ୍ତି: ନକଲି ମିତ୍ରଙ୍କ ସହ ଆପଣଙ୍କ ଦୋସ୍ତି ସର୍ବଦା ଏକତରଫା ଅନୁଭୂତ ହେବ । ଯେପରିକି ଯେତେବେଳେ ଆପଣ ତାଙ୍କ ସହ କଥା ହେବେ ସେତେବେଳେ ସେ କେବଳ ନିଜ ବିଷୟରେ କହିବେ । କିନ୍ତୁ ଆପଣଙ୍କ ଅସୁବିଧା ଶୁଣିବାକୁ ସେ ପ୍ରସ୍ତୁତ ନ ଥିବେ । ଯେଉଁମାନଙ୍କ ବ୍ୟବହାରରେ ଏକତରଫାପଣ ନଜର ଆସିବ ସେମାନଙ୍କ ଠାରୁ ଦୂରେଇ ରହିବା ଭଲ ।
ଅବିଶ୍ୱସନୀୟତା: ନକଲି ମିତ୍ରଙ୍କ ଉପରେ କୌଣସି ବି ଜିନିଷକୁ ନେଇ ଭରସା କରାଯ୍ଧବପାରିବ ନାହିଁ । ସେ ଆପଣଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ସଂପର୍କ ରଖନ୍ତି କିନ୍ତୁ ଠିକ୍ ସମୟରେ ଆପଣଙ୍କୁ ଛାଡି ଚାଲିଯାଆନ୍ତି ।
ବିଶ୍ୱାସଘାତ: ମିଛ କହୁଥିବା ଓ ଶୋ’ ବାଜି କରୁଥିବା ମିତ୍ର କେବେ ବି ଆପଣଙ୍କ ପ୍ରତି ବିଶ୍ୱସ୍ତ ହୋଇପାରିବ ନାହିଁ । ସେ ଆପଣଙ୍କ ସମସ୍ତ ସିକ୍ରେଟ କଥାକୁ ବି ଅନ୍ୟମାନଙ୍କ ନିକଟରେ ସେୟାର କରିଦେବ । ସେ ଆପଣଙ୍କ ପଛରେ ଆପଣଙ୍କ ନିନ୍ଦା କରିପାରନ୍ତି ଓ ଆପଣଙ୍କ ନାଁରେ ଅପବାଦ ପ୍ରସାର କରିପାରନ୍ତି ।
ଅନାଦର: ଛଳନାରେ ମିତ୍ରତା କରିଥିବା ବ୍ୟକ୍ତି କୌଣସି ପରିସ୍ଥିତିରେ ଆପଣଙ୍କୁ ମିଛୁଆ ସାବ୍ୟସ୍ତ କରିବା ପାଇଁ ଆପଣଙ୍କୁ ଅନାଦର, ଅପମାନିତ ଓ ପରିହାସର ଶିକାର କରିଦେଇପାରେ ।

Get real time updates directly on you device, subscribe now.