fbpx
BJD SKY
BJD SKY

ରିଲାଏନ୍ସ ଜିଓର ୮୪ ଦିନିଆ ପ୍ୟାକ୍, ଦାମ ୩୨୯ରୁ ଆରମ୍ଭ, ପ୍ରତିଦିନ ପାଇବେ ୨ ଜିବି ଡାଟା

BJD

ରିଲାଏନ୍ସ ଜିଓକୁ ସବୁଠାରୁ ଶସ୍ତା ପ୍ଲାନ ଦେଉଥିବା କମ୍ପାନୀ ବୋଲି କୁହାଯାଉଛି । କମ୍ପାନୀ ନିଜ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ଟଙ୍କାର ଅନେକ ପ୍ଲାନ ଯୋଗାଉଛି । ଏମିତିରେ ଆଜି ଆମେ ଆପଣଙ୍କୁ ଜିଓର ୮୪ ଦିନ ବୈଧତା ଥିବା ତିନିଟି ସବୁଠାରୁ ଶସ୍ତା ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଏହାର ଦାମ ୩୨୯ରୁ ଆରମ୍ଭ ହେଉଛି ।

ଜିଓ ର ୩୨୯ ପ୍ଲାନ

ରିଲାଏନ୍ସ ଜିଓର ୩୨୯ ଟଙ୍କା ପ୍ଲାନରେ ଆପଣଙ୍କୁ ୮୪ ଦିନ ପାଇଁ ଅନଲିମିଟେଡ କଲ ଏବଂ ୬ ଜିବି ଡାଟା ମିଳିବ । ଏହି ୬ ଜିବି ଡାଟାକୁ ଆପଣ ବୈଧ ସମୟ ମଧ୍ୟରେ କେବେବି ଖର୍ଚ୍ଚ କରିପାରିବେ । ଏହା ସହ ଏହି ପ୍ଲାନରେ ୧୦୦୦ ଏସଏମଏସ ମଧ୍ୟ ମଳିବ । ଏହା ଛଡ଼ା ସମସ୍ତ ଜିଓ ସେବା ପାଇପାରିବେ ।

ଜିଓର ୫୫୫ ପ୍ଲାନ

ଏହା ଜିଓର ସବୁଠାରୁ ଲୋକପ୍ରିୟ ପ୍ଲାନ । ଏହି ପ୍ଳାନରେ ଗ୍ରାହକଙ୍କୁ ୮୪ ଦିନର ଅସୀମିତ କଲିଂ ସହ ୧.୫ ଡାଟା ପ୍ରତିଦିନ ପାଇଁ ମିଳିଥାଏ । ଏହି ହିସାବରେ ଗ୍ରାହକଙ୍କୁ ସମୁଦାୟ ୧୨୬ ଜିବି ଡାଟା ମିିଳିଥାଏ । ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିଥାଏ । ଏହା ଛଡ଼ା ଜିଓଟିଭି, ଜିଓସିନେମା ଭଳି ଅନ୍ୟ ଜିଓ ସେବାର ଲାଭଉାଂଇପାରିବେ ।

ଜିଓର ୫୯୯ ଟଙ୍କା ପ୍ଲାନ

ଏହି ପ୍ଳାନ ମଧ୍ୟ ୫୫୫ ଟଙ୍କା ପ୍ଲାନ ଭଳି, ତେବେ ଏଥିରେ ୨ ଜିବି ଡାଟା ମିଳିଥାଏ । ଏହି ହିସାବରେ ୮୪ ଦିନ ପାଇଁ ସମୁଦାୟ ୧୬୮ଜିବି ଡାଟା ମିଳିବ । ଏଥିରେ ଅସୀମିତ କଲିଂ, ପ୍ରତିଦିନ ୧୦୦ ଏସଏମଏସ ଏବଂ ସମସ୍ତ ଜିଓ ସେବାର ଲାଭ ଉଠାଇପାରିବ ।

 

 

 

Get real time updates directly on you device, subscribe now.