fbpx

Reliance Jio ଲଞ୍ଚ କରିବ ଶସ୍ତା ଲାପଟପ୍: ୧୫ ହଜାର ହୋଇପାରେ ଦାମ୍

ନୂଆଦିଲ୍ଲୀ: Reliance Jio ଖୁବଶୀଘ୍ର ବଜେଟ୍ ଲାପଟପ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତି କରୁଛି । କୁହାଯାଉଛି ଏହାର ଦାମ୍ ପ୍ରାୟ ୧୫ ହଜାର ଟଙ୍କାର ରଖାଯାଇଛି । ରିଲାଏନ୍ସ ଜିଓ ଏହା ପୂର୍ବରୁ ଶସ୍ତା ଫୋନ୍ ବି ଲଞ୍ଚ କରିସାରିଛି । ଏବେ କମ୍ପାନୀ 5G ଫୋନ୍ ସହ ଶସ୍ତା ଲାପଟପ୍ JioBook ଆଣିବାକୁ ପ୍ରସ୍ତୁତି କରୁଛି । ଏକ ରିପୋର୍ଟ ଅନୂଯାୟୀ, କମ୍ପାନୀ ଏହାଦ୍ୱାରା ବଜେଟ୍ ସେଗମେଣ୍ଟକୁ ଅକ୍ତିଆର କରିବାକୁ ଚାହୁଛି ।

କମ୍ପାନୀ JioBook ପାଇଁ ଗ୍ଲୋବାଲ-ଜଏଣ୍ଟ କ୍ୱାଲକମ୍ ଏବଂ ମାଇକ୍ରୋସଫ୍ଟ ପାଇଁ ପାର୍ଟନରସିପ୍ କରିଛି । ଏହା ବ୍ୟତୀତ କମ୍ପାନୀ ଆର୍ମ ଲିମିଟେଡ ଏବଂ ଅନେକ ଆପ୍ସ ସପୋର୍ଟ ପାଇଁ Windows OS ର ସାହାଯ୍ୟ ମଧ୍ୟ ନେବ । ଅବଶ୍ୟ କମ୍ପାନୀ ଲାପଟପ୍ କୁ ନେଇ ବର୍ତ୍ତମାନ କୌଣସି ସୂଚନା ଦେଇନାହିଁ । ରିପୋର୍ଟରେ କୁହାଯାଇଛି ଯେ ଏହି ଲାପଟପ୍ କୁ ଏଣ୍ଟରପ୍ରାଇଜ୍ କଷ୍ଟମର, ସ୍କୁଲ ଏବଂ ସରକାରୀ ସଂସ୍ଥାଙ୍କୁ ଚଳିତ ମାସରୁ ହିଁ ଉପଲବ୍ଧ କରାଯିବ । ଏହା ଏକ ୪ଜି ଲାପଟପ୍ ହେବ । ତେବେ ସାଧାରଣ ଗ୍ରାହକଙ୍କୁ ଏହି ଶସ୍ତା ଲାପଟପ୍ ଆସନ୍ତା ତିନି ମାସ ମଧ୍ୟରେ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ, ବର୍ତ୍ତମାନ ଜିଓ ଭାରତର ସବୁଠୁ ବଡ଼ ଟେଲିକମ୍ କମ୍ପାନୀ ଅଟେ । କମ୍ପାନୀ ନିକଟରେ ୪୨୦ ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି ।

Get real time updates directly on you device, subscribe now.