fbpx

ଅଭିଭାବକଙ୍କ ଭୁଲ୍ ହେତୁ ପିଲାମାନେ ମୋବାଇଲ୍ ନିଶାରେ ପଡ଼ନ୍ତି: ଆପଣାନ୍ତୁ ଏହି ଉପାୟ, ଆପେ ଛାଡ଼ିଯିବ ଫୋନ୍ ଅଭ୍ୟାସ

ବର୍ତ୍ତମାନ ସମୟରେ ପିତା-ମାତାଙ୍କ ଏକ ସମାନ ଅଭିଯୋଗ ରହିଥାଏ ଯେ, ସେମାନଙ୍କ ପିଲା ମୋବାଇଲ ବିନା ରହିପାରୁନାହିଁ। ଅନେକ ଘରେ ପିଲାଙ୍କ ମୋବାଇଲ ମୋହ ଏତେ ଯେ, ସେମାନେ ଦୁଇ ମିନିଟ୍ ମଧ୍ୟ ଫୋନ୍ ଠାରୁ ଦୁରରେ ରହି ପାରନ୍ତି ନାହିଁ। ଅନ୍ୟପଟେ ଦେଖିବାକୁ ମିଳେ ଯେ, ୩ରୁ ୪ବର୍ଷ ବୟସର ପିଲା ମାନଙ୍କଠାରୁ ମୋବାଇଲ ଛଡ଼ାଇ ନେଲେ ସମାନେ କାନ୍ଦିବା ଆରମ୍ଭ କରିଥାନ୍ତି। ତେବେ ଛୋଟ ବୟସରେ ପିଲା ମାନଙ୍କୁ ମୋବାଇଲ ଦେବା ଏକ ଖରାପ ଅଭ୍ୟାସ। ଏଭଳି ପରିସ୍ଥିତିରେ ଆମେ ଆପନଙ୍କୁ କିଛି ଏପରି ଉପାୟ କହିବୁ ଯାହା ସାହଯ୍ୟରେ ଆପଣ ପିଲା ମାନଙ୍କର ମୋବାଇଲ ମୋହ ଛଡ଼ାଇ ପାରିବେ। ଆସନ୍ତୁ ଜାଣିବା କେମିତି…

ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଫୋନ୍‌ ଦିଅନ୍ତୁ: ପିଲାମାନେ ଛୋଟ ବେଳୁ ମୋବାଇଲ ବ୍ୟବହାର କରିବା ଶିଖିଯାଇଥିବାରୁ ସେମାନେ ମୋବାଇଲକୁ ଛାଡ଼ି ଟିକେ ସମୟ ବି ରହିପାରୁନାହାନ୍ତି। ଏଭଳି ସ୍ଥିତିରେ ଆପଣ ପିଲାକୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ମୋବାଇଲ ଦିଅନ୍ତୁ। ପିଲାଙ୍କୁ କୁହନ୍ତୁ ଯେ ଦିନ ଭିତରେ କେବଳ ଘଣ୍ଟାଏ ପାଇଁ ସେ ମୋବାଇଲ ବ୍ୟବହାର କରିବ। ଯଦି ରାଜି ତେବେ ମୋବାଇଲ ଦିଅନ୍ତୁ, ନଚେତ୍‌ କିଛି ଦିନ ପାଇଁ ଜମା ଦିଅନ୍ତୁ ନାହିଁ। ଦେଖିବେ ତାର ଅଭ୍ୟାସ ବଦଳିବାରେ ଲାଗିବ।

ପାସଓ୍ଵାର୍ଡ ବଦଳାନ୍ତୁ: ଆପଣଙ୍କ ପାସ୍‌ଓ୍ଵାର୍ଡ ଯଦି ଛୁଆ ଜାଣିଛି ଓ ଆପଣଙ୍କ ଅଜାଣତରେ ସବୁବେଳେ ଗେମ୍‌ ଖେଳୁଛି। ତେବେ ମୋବାଇଲର ପାସଓ୍ଵାର୍ଡ ବଦଳାଇ ଦିଅନ୍ତୁ। ସେ ଆଉ ଫୋନ୍‌ ବ୍ୟବହାର କରିପାରିବ ନାହିଁ।

ଭିଡିଓ ଦେଖାଇ ବୁଝାନ୍ତୁ: ମଝିରେ ମଝିରେ ପିଲାଙ୍କୁ ଫୋନ୍‌ ବ୍ୟବହାର କଲେ କି କି କ୍ଷତି ହୁଏ ସେ ସମ୍ପର୍କରେ ବୁଝାନ୍ତୁ। ଭିଡିଓ ଦେଖାନ୍ତୁ। ଶରୀର ଉପରେ ମୋବାଇଲର କି କୁପ୍ରଭାବ ପଡ଼େ ତାହା ବୁଝାଇଲେ ହିଁ ସେ ଫୋନ୍‌ଠାରୁ ଦୂରେଇ ଯିବ।

Get real time updates directly on you device, subscribe now.