fbpx

(Video) ଗୁପଚୁପ୍ ଖାଇବାକୁ ଆସିଛନ୍ତି ଗାଈ ବାଛୁରୀ: ଭିଡିଓ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ…

ସୋସିଆଲ ମିଡିଆରେ ଅନେକ ଅଜବ ଗଜବ ଭିଡିଓ ଦେଖିବାକୁ ମିଳିଥାଏ । ଯାହା ଖୁବ୍ ଭାଇରାଲ ମଧ୍ୟ ହୋଇଥାଏ । ଏଥିମଧ୍ୟରୁ ଜୀବଜନ୍ତୁଙ୍କୁ ଅଜବ ହରକତକୁ ବେଶ୍ ପସନ୍ଦ କରିଥାନ୍ତି ଲୋକେ । ଏବେ ଏଭଳି ଏକ ଭିଢିଓ ଭାଇରାଲ ହେବାରେ ଲାଗିଛି । ଯାହକୁ ଦେଖିଲେ ଆପଣଙ୍କୁ ହୁଏତ ଟିକେ ଅଜବ ଲାଗିପାରେ । ଭିଡିଓକୁ ଦେଖି ଆପଣଙ୍କୁ ମଧ୍ୟ ନିଜ ଆଖି ଉପରେ ବିଶ୍ୱାସ ହେବ ନାହିଁ । କାରଣ ଭିଡିଓରେ ମଣିଷ ନୁହେଁ ଗାଈ ବାଛୁରୀ ଆସିଛନ୍ତି ଗୁପଚୁପ ଖାଇବାକୁ ।

କୁହାଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶ ଲକ୍ଷ୍ନୌର । ସୋସିଆଲ ମିଡିିଆରେ ଅନେକ ଲୋକ ଗାଈ ଏବଂ ବାଛୁରୀର ଖୁବ୍ ପ୍ରଶଂସା କରୁଛନ୍ତି ଏବଂ ଏହାକୁ ଖୁବ୍ କ୍ୟୁଟ୍ ବୋଲି ମଧ୍ୟ କହୁଛନ୍ତି । ସାଧାରଣତଃ ସମସ୍ତଙ୍କୁ ଗୁପଚୁପ୍ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । କିନ୍ତୁ କିନ୍ତୁ ବୋଧ ହୁଏ ଏ ଗାଈ ବାଛୁରୀକୁ ବି ଗୁପଚୁପ୍ ଖାଇବା ବେଶ୍ ପସନ୍ଦ । ଗାଈ ଏବଂ ବାଛୁରୀ ଉଭୟ ଗୁପଚୁପ୍ ଦେଉଥିବା ଲୋକ ଆଗରେ ଛିଡ଼ା ହୋଇଯାଉଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ କେମିତି ବ୍ୟକ୍ତି ଜଣକ ଗାଈ ବାଛୁରୀଙ୍କୁ ଗୁପଚୁପ୍ ଖୁଆଉଛନ୍ତି । ଦେଖିଲେ ଲାଗୁଛି ସତେ ଯେପରି ଏମାନଙ୍କୁ ଗୁପଚୁପ୍ ବହୁତ ପସନ୍ଦ । ସେପଟେ ଏହି ଭିଡିଓକୁ ଦେଖି ଲୋକେ ଖୁବ୍ ମଜା ନେଉଛନ୍ତି । ଅନେକ ଭିଡିଓରେ କମେଣ୍ଟ ଦେଇ ଏହାକୁ କ୍ୟୁଟ୍ ବୋଲି କହୁଛନ୍ତି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.