fbpx

Reliance Jioର ବଡ଼ ଘୋଷଣା: ଅଗଷ୍ଟ ୧୫ରେ ଲଞ୍ଚ ହେବ 5G ସର୍ଭିସ୍

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ୫ଜି ସର୍ଭିସ ସାମ୍ନାକୁ ଆସିଯାଇଛି । ରିଲାଏନ୍ସ ଜିଓ ଏହାର ଶୁଭାରମ୍ଭ କରିବାକୁ ଯାଉଛି । ଏକ ଖାସ୍ ଦିନରେ କମ୍ପାନୀ ଏହି ସେବାକୁ ଲଞ୍ଚ କରିବ । ଯେଉଁଦିନ ଏହି ସର୍ଭିସ୍ ମାର୍କେଟକୁ ଆସିବ, ସେଦିନ ସାରା ଭାରତବାସୀଙ୍କ ପାଇଁ ଏକ ଶୁଭଦିନ । ତେଣୁ କମ୍ପାନୀ ସେହିଦିନ ୫ଜି ଲଞ୍ଚ କରି ଭାରତୀୟ ଗ୍ରାହକଙ୍କୁ ଏକ ସ୍ପେଶାଲ ସନ୍ଦେଶ ଦେବାକୁ ଚାହୁଁଛି ।

ସୂଚନା ମୁତାବକ, ଆସନ୍ତା ୧୫ ତାରିଖରେ ଭାରତରେ ୫ଜି ସର୍ଭିସ୍ ଲଞ୍ଚ ହେବ । ଏନେଇ ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି । ସ୍ୱତନ୍ତ୍ରତା ଦିବସ ଅବସରରେ ଏହି ସେବା ଲଞ୍ଚ କରାଯାଉ ଥିବାରୁ ଏହି ଦିନ ସମସ୍ତ ଭାରତୀୟଙ୍କ ପାଇଁ ନିଶ୍ଚିତ ଭାବେ ଖାସ୍ ରହିବ । ଚଳିତ ବର୍ଷ ଦେଶ ୭୫ତମ ସ୍ୱାଧିନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଆଜାଦୀର ଜଶ୍ନ ଦୁଇଗୁଣ ହୋଇଯିବ ।

ଏହି ସେବା ୫ଜି ସ୍ମାର୍ଟଫୋନ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଏକ ଅଲଗା ଦୁନିଆକୁ ନେଇଯିବ । ଏହା ଗ୍ରାହକଙ୍କୁ ଏକ ନୂଆ ଅଭିଜ୍ଞତା ଓ ଅଫର ପ୍ରଦାନ କରିବ । ଇଣ୍ଟରନେଟର ସ୍ପିଡ ହେଉ ବା କଲିଂ ହେଉ ସମସ୍ତ କ୍ଷେତ୍ରରେ ଗ୍ରାହକମାନେ ପ୍ରଫିଟରେ ରହିବେ । ଅଗଷ୍ଟ ମାସରେ ନିଜର ୫ଜି ସେବା ଲଞ୍ଚ କରିବ ବୋଲି ନିକଟରେ ଏୟାରଟେଲ ପକ୍ଷରୁ କୁହାଯାଇଥିଲା । ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି ।

Get real time updates directly on you device, subscribe now.