fbpx

ଏସିଡିଟିରୁ ମିଳିବ ଉପଶମ, ଖାଦ୍ୟଶୈଳୀରେ କରନ୍ତୁ ଏହି ୬ ପରିବର୍ତ୍ତନ

ଅନେକ ଥର ଖାଦ୍ୟ ଖାଇବା ପରେ ଏସିଡିଟି ସମସ୍ୟା ଆମକୁ ଅସୁବିଧାରେ ପକାଏ । କିନ୍ତୁ ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଖାଦ୍ୟଶୈଳୀରେ ପରିବର୍ତ୍ତନ କରି ଆପଣ ଏହି ସମସ୍ୟାରୁ ଆରାମ ପାଇପାରିବେ । ପେଟରେ ଏସିଡିଟି ଏକ ସାଧାରଣ ସମସ୍ୟା  । ସାଧାରଣତଃ ମସଲାଯୁକ୍ତ ଖାଦ୍ୟ ଏବଂ ବଦଳୁଥିବା ଜୀବନଶୈଳୀ ଯୋଗୁଁ ଏହାର କାରଣ ହୋଇପାରେ । ଏଥିପାଇଁ ଘରୋଇ ଉପଚାର ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ  । ଏସିଡିଟିରୁ ମୁକ୍ତି ପାଇବା ପାଇଁ ଆପଣଙ୍କ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।

ତେବେ ଆପଣ ଜୀବନଶୈଳୀ ପରିବର୍ତ୍ତନ କରି ଏଥିରୁ ଆରାମ ପାଇପାରିବେ  । ଆସନ୍ତୁ ଜାଣିବା ଏସିଡିଟିରୁ ମୁକ୍ତି ପାଇବା ପାଇଁ ପ୍ରତିକାର କ’ଣ ହୋଇପାରେ  ।

୧. ଯେତେବେଳେ ଆପଣ ଅଧିକ ଖାଦ୍ୟ ଖାଇବା ଯୋଗୁଁ ହଜମ ପ୍ରକ୍ରିୟାରେ ଚାପ ବଢ଼ିବା ହେତୁ ଖାଦ୍ୟ ପ୍ରଣାଳୀର ଉପରକୁ ଏସିଡ୍ ପ୍ରବାହିତ ହେବାକୁ ଲାଗେ  । ଯେଉଁ କାରଣରୁ ଏସିଡିଟି ସମସ୍ୟା ଆରମ୍ଭ ହୁଏ  । ଏପରି ପରିସ୍ଥିତିରେ, ଏକ ସମୟରେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ, ଅଳ୍ପ ଖାଆନ୍ତୁ  ।

୨. ଯଦି ଆପଣ ବହୁତ କଫି କିମ୍ବା ଚା ଇତ୍ୟାଦି ପିଉଛନ୍ତି, ତେବେ ଏହାକୁ କମ କରନ୍ତୁ । ବାସ୍ତବରେ, ଯେତେବେଳେ ଆପଣ କଫି ପିଅନ୍ତି, ଆପଣଙ୍କ ପେଟରେ ଅଧିକ ଏସିଡ୍ ସୃଷ୍ଟି ହୁଏ ଏବଂ ଏହା ଆପଣଙ୍କ ଖାଦ୍ୟନଳୀରେ ପୁନର୍ବାର ପ୍ରବାହିତ ହୋଇପାରେ  ।

୩. ସେହି ଖାଦ୍ୟ ଖାଆନ୍ତୁ ଯାହା ଶୀଘ୍ର ହଜମ ହୋଇପାରିବ । ଯଦି ଆପଣ ଏଭଳି ଖାଦ୍ୟ ଖାଉଥାନ୍ତି ଯାହା ଜଲଦୀ ହଜମ ହୁଏନାହିଁ ଏହା ଆପଣଙ୍କ ଏସିଡ୍ ରିଫ୍ଲକ୍ସକୁ ବୃଦ୍ଧି କରିପାରେ  । ଯେଉଁ କାରଣରୁ ହଜମ ପ୍ରକ୍ରିୟା ମନ୍ଥର ହୋଇଯାଏ  ।

୪. ଗୁଜୁରାତୀ ସେବନ କରିବା ଦ୍ୱାରା ମଧ୍ୟ ଏସିଡିିରୁ ଲାଭ ମିଳିପାରିବ । ଯେତେବେଳେ ଆପଣଙ୍କୁ ଏସିଡିଟି କିମ୍ବା ପେଟରେ ଜଳା ଅନୁଭବ କରୁଥାନ୍ତି ସେତେବେଳେ ଆପଣ ଦୁଇଟି ଗୁଜୁରାତୀ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କୁ ଉପଶମ ମିଳିବ ।

୫. ତୁଳସୀ ପତ୍ର ମଧ୍ୟ ଏସିଡିଟିକୁ ଦୂର କରିବାରେ ଲାଭଦାୟକ ହୋଇଥାଏ । ଏହା କେବଳ ଏସିଡିଟିକୁ ଦୂର କରେ ନାହିଁ, ଏହା ମାନସିକ ଏବଂ ଅନେକ ଶାରୀରିକ ରୋଗକୁ ମଧ୍ୟ ଦୂରେଇ ରଖେ  ।

୬. ହଜମ ସମସ୍ୟା ପାଇଁ ପୋଦିନା ସର୍ବଦା ଲାଭଦାୟକ ବୋଲି ବିବେଚନା କରାଯାଏ  । ଏସିଡିଟିକୁ ଏଡାଇବା ପାଇଁ ପୋଦିନାର ବ୍ୟବହାର କରିପାରିବେ ।

Get real time updates directly on you device, subscribe now.