fbpx

ବରିଷ୍ଠ ଆଇଏଏସ୍‌ ଅଧିକାରୀ ଆର. ଭିନିଲ୍‌ କ୍ରିଷ୍ଣାଙ୍କୁ କେନ୍ଦ୍ର ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ୨୦୦୫ ବ୍ୟାଚ୍ ଓଡ଼ିଶା କ୍ୟାର୍ଡରଆଇଏଏସ୍‌ ଅଧିକାରୀ ଆର୍‌. ଭିନିଲ୍‌ କ୍ରିଷ୍ଣାଙ୍କୁ କେନ୍ଦ୍ର ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏନେଇ କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ଭିନିଲ୍‌ କ୍ରିଷ୍ଣାଙ୍କ ସମେତ ବିଭିନ୍ନ ରାଜ୍ୟ କ୍ୟାଡରର ୪୯ଜଣ ଆଇଏଏସ୍‌ ଅଧିକାରୀ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ।

ସୂଚନାଯୋଗ୍ୟ ଶ୍ରୀ ଭିନିଲ୍‌ କ୍ରିଷ୍ଣା ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଥିବା ବେଳେ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର କମିଶନର ତଥା ଶାସନ ସଚିବଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

Get real time updates directly on you device, subscribe now.