fbpx

ବଳକା ଅର୍ଥ ଫେରାଉ ନାହାନ୍ତି ୮ ବିଶ୍ୱବିଦ୍ୟାଳୟ

Advertisement

ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ବଳକା ଅର୍ଥ ଫେରାଉ ନାହାନ୍ତି ୮ ସରକାରୀ ବିଶ୍ୱବିଦ୍ୟାଳୟ । ଜୁନ ୧୧ରେ ଅର୍ଥ ଫେରାଇବା ନେଇ ଚିଠି କରିଥିଲା ଉଚ୍ଚଶିକ୍ଷା ବିଭାଗ । ୬ ମାସ ପରେ ଏଯାଏଁ କେହି ଅର୍ଥ ରାଶି ଫେରସ୍ତ କରିନାହାନ୍ତି । ତୁରନ୍ତ ଅର୍ଥ ଫେରାଇବାକୁ ୮ ବିଶ୍ୱବିଦ୍ୟାଳୟର କୁଳସଚିବମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

ତେବେ ସେହି ୮ଟି ବିଶ୍ୱବିଦ୍ୟାଳୟ ହେଉଛି- ଉତ୍କଳ, ରମାଦେବୀ, ରେଭେନ୍ସା, ଫକୀରମୋହନ, ବ୍ରହ୍ମପୁର, ସମ୍ବଲପୁର, ଗଙ୍ଗାଧର ଓ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ । କ୍ୟାମ୍ପସରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ପାଇଁ ଏହି ପାଣ୍ଠି ଦିଆଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.