fbpx

ଅଶ୍ଲୀଳ କଣ୍ଟେଣ୍ଟ ପ୍ରତ୍ୟାହାର ନକଲେ କାର୍ଯ୍ୟାନୁଷ୍ଠାନ; ଟ୍ୱିଟ୍ଟରକୁ ମହିଳା କମିଶନଙ୍କ ଚେତାବନୀ

Advertisement

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଟ୍ୱିଟ୍ଟର ନିମନ୍ତେ ଏକ ପତ୍ର ଲେଖିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ରହିଥିବା ସମସ୍ତ ଅଶ୍ଲୀଳ ଶୀର୍ଷକ ହଟାନଗଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନସିଡବ୍ଲ୍ୟୁ ଚେୟାରମ୍ୟାନ୍ ସୂଚନା ଦେଇଛନ୍ତି । ଟ୍ୱିଟ୍ଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକଙ୍କ ନିକଟକୁ ବୁଧବାର ଏହି ପତ୍ର ଲେଖାଯାଇଥିବା ଜଣାପଡିଛି । ୭ ଦିନରେ ଅଶ୍ଲୀଳ କଣ୍ଟେଣ୍ଟ ହଟାଇବା ସହିତ ଆସନ୍ତା ୧୦ ଦିନ ମଧ୍ୟରେ ମହିଳା କମିଶନ ସହିତ କଥା ହେବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି ।

ଏହା ସହିତ ଉପରୋକ୍ତ ମାମଲାକୁ ନେଇ ଦିଲ୍ଲୀ ପୋଲିସକୁ ମଧ୍ୟ ସୂଚିତ କରିଛନ୍ତି ଶର୍ମା । ଟ୍ୱିଟ୍ଟର ନିଜର ଅଶ୍ଲୀଳ କଣ୍ଟେଣ୍ଟ ପ୍ରତ୍ୟାହାର ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶର୍ମା । ଏହା ପୂର୍ବରୁ ଏକାଧିକ ଥର ଏପରି ଅଭିଯୋଗ ଆସିଥିବା ବେଳେ ଟ୍ୱିଟ୍ଟର ଇଣ୍ଡିଆକୁ ସୂଚିତ କରାଯାଇଥିଲା । ତେବେ ଟ୍ୱିଟ୍ଟର ଇଣ୍ଡିଆ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଉଲ୍ଲେଖଯୋଗ୍ୟ ଯେ ବିଗତ ତିନି ଦିନ ମଧ୍ୟରେ ଟ୍ୱିଟ୍ଟର ବିରୋଧରେ ୩ଟି ମାମଲା ମଧ୍ୟ ରୁଜୁ କରାଯାଇଛି । ଜମ୍ମୁ କାଶ୍ମୀର ଓ ଲଦାଖକୁ ଭାରତ ମାନଚିତ୍ର ବାହାରେ ଦର୍ଶାଇଥିବାରୁ ସୋମବାର ଉତ୍ତର ପ୍ରଦେଶରେ ସୋମବାର ଦିନ ଦୁଇଟି ମାମଲା ରୁଜୁ କରାଯାଇଥିଲା । ଏହା ସହିତ ମଙ୍ଗଳବାର ଦିଲ୍ଲୀ ପୋଲିସର ସାଇବର ସେଲ ପକ୍ଷରୁ ଅଶ୍ଲୀଳ ଶୀର୍ଷକ(ଚାଇଲ୍ଡ ପର୍ଣ୍ଣୋଗ୍ରାଫି) ପାଇଁ ତୃତୀୟ ମାମଲା ରୁଜୁ କରାଯାଇଥିଲା । ଟ୍ୱିଟ୍ଟର ଇଣ୍ଡିଆ ମୁଖ୍ୟ ମନୀଷ ମହେଶ୍ୱରୀ ଏବଂ ପାର୍ଟନରଶିପ୍ ହେଡ୍ ଅମ୍ରିତା ତ୍ରୀପାଠିଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.