fbpx

ଫସିଗଲେ ରସିକିଆ ସାର୍: ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବାନ୍ଧିନେଲା ପୋଲିସ

Advertisement

ପାଟଣା(ଓଡ଼ିଶା ଭାସ୍କର) : ଗୁରୁ-ଶିଷ୍ୟଙ୍କ ସମ୍ପର୍କକୁ ଅତି ପବିତ୍ର କୁହାଯାଉଥିବା ବେଳେ କିଛି ଅସଭ୍ୟ ଲୋକଙ୍କ ପାଇଁ ଏହା କଳୁଷିତ ହେବାରେ ଲାଗିଛି । ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଗତିକୃଷ୍ଣ ସେଠୀ ନାମକ ଟ୍ୟୁସନ ମାଷ୍ଟର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ରସିକିଆ ଟ୍ୟୁସନ ମାଷ୍ଟରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ନାବାଳିକାଙ୍କ ପରିବାରର ଅଭିଯୋଗ ଅନୁସାରେ, ଉଦୟପୁର ଗ୍ରାମର ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ନାବାଳିକାଙ୍କୁ ଟ୍ୟୁସନରେ ପାଠ ପଢ଼ାଇବା ସମୟରେ ପ୍ରେମ ଜାଲରେ ଫସାଇଥିଲେ । ଗତ ମେ’ ମାସ ୧୮ ତାରିଖରେ ଅପହରଣ କରି ବାରିପଦାକୁ ନେଇ ଯାଇଥିଲା । ପରେ ଅଭିଯୁକ୍ତର ସମ୍ପର୍କୀୟ ମାଉସୀ ଘର ମାଟିଆଗଡ଼ ଗ୍ରାମରେ ନାବାଳିକାଙ୍କୁ ରଖି ଦୁଷ୍କର୍ମ କରିଥିଲା । ଏନେଇ ନାବାଳିକାଙ୍କ ପରିବାର ଲୋକେ ପାଟଣା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତର ପରିବାର ଲୋକେ ନାବାଳିକାଙ୍କୁ ସେଠାରୁ ଆଣି ଥାନାରେ ହାଜର କରାଇଥିଲେ ।

ପରେ ପୋଲିସ ପକ୍ଷରୁ ନାବାଳିକାଙ୍କ ଡାକ୍ତର ମାଇନା କରାଯାଇଥିଲା । ପାଟଣା ପୋଲିସ ଘଟଣାରେ ତଦନ୍ତ କରି ଫେରାର ଥିବା ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ସେଠୀକୁ ତାଙ୍କ ମାଉସୀ ଘର ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ମାଟିଆଗଡ଼ ଗ୍ରାମରୁ ଗିରଫ କରିଛି ପୋଲିସ । ପାଟଣା ଥାନା କେସ୍ ନମ୍ବର ୬୮/ ୨୧ ଆଇପିସି ୩୬୩, ୩୭୬( ୪ ) ପୋସ୍କୋ ଆକ୍ଟରେ ବନ୍ଧାହୋଇଛନ୍ତି ରସିକିଆ ଟ୍ୟୁସନ ସାର୍ ।

Get real time updates directly on you device, subscribe now.