fbpx

IRCTC ଲଞ୍ଚ କଲା ସ୍ୱଦେଶ ଦର୍ଶନ ସ୍ପେଶାଲ ପ୍ୟାକେଜ୍: କାଶୀ, ଅଯୋଧ୍ୟା, ପୁରୀ, କୋଣାର୍କ ଭ୍ରମଣ ପାଇଁ ଆଜିଠାରୁ ଆରମ୍ଭ ହେଉଛି ବୁକିଂ

ନୂଆଦିଲ୍ଲୀ: ଯଦି ତୀର୍ଥକ୍ଷେତ୍ର ବୁଲିବାର ଆପଣମାନଙ୍କର ଇଚ୍ଛା ଥାଏ, ତେବେ ତାହା ଏବେ ସହଜରେ ପୂରଣ ହୋଇପାରିବ । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏଥିପାଇଁ ସ୍ୱଦେଶ ଦର୍ଶନ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ମାଧ୍ୟମରେ ଆପଣମାନେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର, କାଶୀ ବିଶ୍ୱନାଥ ରାମଲାଲ, ବାରାଣାସୀ, ଗଙ୍ଗାସାଗର, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଆଦି ପବିତ୍ର ତୀର୍ଥସ୍ଥଳ ପରିଭ୍ରମଣ କରିପାରିବେ ।

ଆସନ୍ତା ମାସ ୨୩ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜିଠାରୁ ଏହାର ବୁକିଂ ଆରମ୍ଭ ହୋଇଯାଇଛି । ଆଇଆରସିଟିସି ମୁତାବକ, ଆଗ୍ରା, ମଥୁରା, ଟୁଣ୍ଡଲା, ଫିରୋଜାବାଦ, ଗ୍ୱାଲିଅର, ଭିଣ୍ଡ, ମୁରୈନା, ଝାଂସୀ, ଜାଲୌନା ଓ ଉରଇ କ୍ଷେତ୍ରର ଯାତ୍ରୀମାନେ ଏହି ପ୍ୟାକେଜ ଲଞ୍ଚ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ସ୍ୱଦେଶ ଦର୍ଶନ ଟ୍ରେନରେ ତୀର୍ଥଯାତ୍ରୀଙ୍କ ପାଇଁ ନନ ଏସି ଟ୍ରେନ ଓ ଏସି ଟ୍ରେନର ସୁବିଧା କରାଯାଇଛି । ଏହାଫଳରେ ଯାତ୍ରୀମାନଙ୍କୁ ଗରମ ସିଜିନରେ କୌଣସି କଷ୍ଟ ଅନୁଭବ ହେବ ନାହିଁ । ଏହି ଯାତ୍ରା ଆସନ୍ତା ଏପ୍ରିଲ ୨୩ରୁ ମେ ୧ ପର୍ଯ୍ୟନ୍ତ ସଞ୍ଚାଳିତ ହେବ ।

ଏହି ଯାତ୍ରା ସମୟରେ ପର୍ଯ୍ୟଟକଙ୍କୁ ଅଯୋଧ୍ୟାର ରାମ ଜନ୍ମଭୂମି, ହନୁମାନଗଢ଼ୀ, ସରୟୁ ଆରତୀ, କାଶୀ ବିଶ୍ୱନାଥ ମନ୍ଦିର (ବାରାଣାସୀ), ବୈଦ୍ୟନାଥ ମନ୍ଦିର (ଜସୀଡୀହ), ଗଙ୍ଗାସାଗର, କାଳୀ ମନ୍ଦିର (କୋଲକାତା), ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ଆଦି ଧର୍ମସ୍ଥଳ ପରିଦର୍ଶନ କରିବାର ସୁବିଧା ମିଳିବ । ଏହି ଯାତ୍ରାର ପ୍ୟାକେଜରେ ୮ ଦିନ ଓ ୯ ରାତି ରହିଛି । ପ୍ରତ୍ୟେକ ବ୍ୟକ୍ତି ପିଛା ଏହି ପ୍ୟାକେଜର ମୂଲ୍ୟ ୩ ଏସି ପାଇଁ ୨୩,୮୩୦ ଟଙ୍କା ଓ ନନ୍ ଏସି କ୍ଲାସ ପାଇଁ ୧୬,୭୦୦ ଟଙ୍କା ରଖାଯାଇଛି । ଏଥିପାଇଁ ଆପଣମାନେ ଆଇଆରସିଟିସିର ୱେବସାଇଟ୍ www.irctctourism.com କୁ ଯାଇ ଅନଲାଇନରେ ବୁକିଂ କରିପାରିବେ ।

Get real time updates directly on you device, subscribe now.