fbpx
BJD SKY
BJD SKY

(Video) ଦାର୍ଶନିକ ସ୍ଲାଭୋଜଙ୍କ ବିବାଦୀୟ ବୟାନ୍, କହିଲେ – ‘ଭଗବଦ୍ ଗୀତା ହେଉଛି ଅଶ୍ଳୀଳ, ଘୃଣ୍ୟ: ହିମଲର ଏହାକୁ ଯିହୁଦୀମାନଙ୍କର ନରସଂହାରକୁ ଠିକ୍ ପ୍ରମାଣ କରିବାକୁ ବ୍ୟବହାର କରିଥିଲେ’

BJD

ନୂଆଦିଲ୍ଲୀ : ପ୍ରସିଦ୍ଧ ସ୍ଲୋଭେନିଆର ଦାର୍ଶନିକ ସ୍ଲାଭୋଜ ଜିଜେକ ଭଗବଦ୍ ଗୀତା ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ଏ ସମ୍ପର୍କରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି । ତାଙ୍କର ଏହି ବୟାନ ଏହି ପବିତ୍ର ଗ୍ରନ୍ଥକୁ ନେଇ ବୁଝିବା ଓ ଚିତ୍ରଣ ବିଷୟରେ ଚିନ୍ତା ବଢ଼ାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ @YearOfTheKraken ଦ୍ୱାରା ଭିଡିଓଟି ସେୟାର କରାଯାଇଛି । ଏଥିରେ ଜିଜେକ ଭଗବଦ୍ ଗୀତା ବିରୁଦ୍ଧରେ କଥା ହେଉଥିବା ଶୁଣିବାକୁ ମିଳିଛି । ସେ ଗୀତାକୁ ‘ସବୁଠାରୁ ଅଶ୍ଳୀଳ ଏବଂ ଘୃଣ୍ୟ ପବିତ୍ର ପୁସ୍ତକରେ ଗୋଟିଏ’ ବୋଲି କହୁଛନ୍ତି । ସେ ଦାବି କରିଛନ୍ତି ଯେ, ଜର୍ମାନୀର ନାଜି ରାଜନେତା ହେନରିକ ହିମଲର ଯିହୁଦୀମାନଙ୍କ ଉପରେ ହୋଇଥିବା ନରସଂହାରକୁ ଠିକ୍ ପ୍ରମାଣ କରିବା ପାଇଁ ଭଗବଦ୍ ଗୀତା ବ୍ୟବହାର କରିଥିଲେ ।

ଭଗବଦ୍ ଗୀତା ହେଉଛି ୭୦୦ ଶ୍ଲୋକ ବିଶିଷ୍ଟ ହିନ୍ଦୁ ଧର୍ମଗ୍ରନ୍ଥ । ଏହାକୁ ନିଜର ଦାର୍ଶନିକ ଗଭୀରତା ଏବଂ ଆଧ୍ୟାତ୍ମିକ ଶିକ୍ଷା ପାଇଁ ପୂଜନୀୟ ଭାବରେ ଗ୍ରହଣ କରାଯାଏ । ଏହା ଅର୍ଜୁନ ଏବଂ ଭଗବାନ କୃଷ୍ଣଙ୍କ ମଧ୍ୟରେ ହୋଇଥିବା ସଂଳାପ ଉପରେ ଆଧାରିତ । ମହାଭାରତରେ ଭଗବାନ କୃଷ୍ଣ ଅର୍ଜୁନଙ୍କ ରଥର ସାରଥୀ ଥିଲେ । ସେ ଅର୍ଜୁନଙ୍କୁ କର୍ତ୍ତବ୍ୟ, ଧାର୍ମିକତା ଏବଂ ଜୀବନର ପ୍ରକୃତି ଉପରେ ମାର୍ଗଦର୍ଶନ କରିଥିଲେ । ଏହାର ବିଷୟବସ୍ତୁ କର୍ତ୍ତବ୍ୟ (ଧର୍ମ), ନୈତିକ ଦ୍ୱନ୍ଦ୍ୱ ଏବଂ ଆଧ୍ୟାତ୍ମିକ ପ୍ରାପ୍ତିର ପଥକୁ ଦର୍ଶାଇଥାଏ ।

ଜିଜେକଙ୍କ ଦାବି – ହେନରିକ୍ ହିମଲର ଭଗବଦ୍ ଗୀତାଙ୍କୁ ସବୁବେଳେ ତାଙ୍କ ପାଖରେ ରଖିଥିଲେ

ଜିଜାକ ଗୀତା ବିଷୟରେ ଆଲୋଚନା କରୁଥିବା ବେଳେ କରୁଥିବାବେଳେ ନିକଟରେ ମୁକ୍ତିଲାଭ କରିଥିବା ହଲିଉଡ ଫିଲ୍ମ “ଓପନହାଇମର’ ର ଏକ ସିନକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେହି ସିନରେ ଅଭିନେତା ଯୌନ କାର୍ଯ୍ୟକଳାପ ସମୟରେ ଗୀତା ପଢ଼ୁଥିବା ଦେଖାଯାଇଛି । ଜିଜେକ୍ କହିଛନ୍ତି, “ଆପରଙ୍କୁ ମନେ ଅଛି ଯେ ଫିଲ୍ମରେ ଓପନହାଇମର ଯୋଗୁୁଁ ଭାରତରେ ବିବାଦ ହୋଇଥିଲା । ଆପଣ ଜାଣନ୍ତି କାହିଁକି? କାରଣ ଯେତେବେଳେ ଫ୍ଲୋରେନ୍ସ ପୁଘ ଏବଂ ଓପନହାଇମର ପ୍ରଥମ ଥର ପାଇଁ ପ୍ରେମ କରନ୍ତି, ମୋତେ ଲାଗୁଛି ସେ ତାଙ୍କୁ ଭଗବଦ୍ ଗୀତା ପଢ଼ିବାକୁ କୁହନ୍ତି । ଏଡି ସିନକୁ ନେଇ ଭାରତୀୟମାନେ ରାଗିଥିଲେ । ‘ଖରାପ, ଯୌନ କାର୍ଯ୍ୟ ଇତ୍ୟାଦି…, ଆପଣ ଏହା କିପରି କରିପାରିବେ?’ ମୁଁ ଭାରତୀୟଙ୍କ ସହ ସହମତ, କିନ୍ତୁ ବିପରୀତ ଅର୍ଥରେ । ଏକ ସୁନ୍ଦର ଯୌନ କାର୍ଯ୍ୟ ଏବଂ ଏହା ଅତି ଅଶ୍ଳୀଳ, ଘୃଣ୍ୟ ପବିତ୍ର ପୁସ୍ତକ ମଧ୍ୟରୁ ଗୋଟିଏ ଅଂଶ ପଢ଼ିି ଏହାକୁ ବର୍ବାଦ କରିଦେଉଛି ।’

ଜିଜେକ୍ ଦାବି କରିଛନ୍ତି ଯେ, ନାଜି ନେତା ହେନରିକ ହିମଲର୍ ଭଗବଦ୍ ଗୀତା ପୁସ୍ତକକୁ ସବୁବେଳେ ନିଜ ପକେଟରେ ରଖୁଥିଲେ । ଯିହୂଦୀମାନଙ୍କୁ କିପରି ହତ୍ୟା କରାଯିବ, ଏହା ତାଙ୍କର ଉତ୍ତର ଥିଲା । ହିମଲରଙ୍କର ଏହା ନୈତିକ ସମସ୍ୟା ଥିଲା । ହଁ, ଆମେ ଭୟଙ୍କର କାର୍ଯ୍ୟ କରୁଛୁ, ଯିହୁଦୀ ପିଲା ଏବଂ ଅନ୍ୟ ଲୋକଙ୍କୁ ହତ୍ୟା କରୁଛୁ । ଆମେ ନିଜେ ପଶୁ ନ ହୋଇ ଏହା କିପରି କରିପାରିବା କି? ଏଥିରେ ତାଙ୍କର ଉତ୍ତର ଥିଲା: ଭଗବଦ୍ ଗୀତା ।

Get real time updates directly on you device, subscribe now.