fbpx

ଗୁରୁତ୍ୱପୂର୍ଣ୍ଣ ସୂଚନା: RBI ଆସିଷ୍ଟାଣ୍ଟ ପରୀକ୍ଷାକୁ ନେଇ ଜାରି ହେଲା ନୂଆ ନୋଟିସ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆସିଷ୍ଟାଣ୍ଟ ପଦକୁ ନେଇ ନୂଆ ନୋଟିସ୍ ଜାରି କରାଯାଇଛି । ପୂର୍ବରୁ ଏହି ପଦର ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଥିବା ବେଳ ଏନେଇ ଆରବିଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ମୋଟ ୪୫୦ଟି ପଦ ପାଇଁ ଗତ ସେପ୍ଟେମ୍ବର ମାସ ୧୩ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ ପ୍ରକ୍ରିୟା ଚାଲିଥିଲା ।

ତେବେ ଏହା ମଧ୍ୟରେ ଆସିଷ୍ଟାଷ୍ଟ ପରୀକ୍ଷା ପାଇଁ ଆରବିଆଇ ପକ୍ଷରୁ ଆଡମିଟ୍ କାର୍ଡ ଜାରି କରାଯାଇଛି । ଆବେଦନକାରୀମାନେ ଅଫିସିଆଲ ୱେବସାଇଟ୍ aopportunities.rbi.org.inକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଅନଲାଇନ ପ୍ରିଲିମିନାରୀ ପରୀକ୍ଷା ନଭେମ୍ବର ୧୮ ଓ ୧୯ ତାରିଖରେ ଅନୁଷ୍ଠିତ ହେବ ।

ସେହିପରି ଅନଲାଇ ମେନ୍ ପରୀକ୍ଷା ଡିସେମ୍ବର ୩୧ ତାରିଖରେ ହେବ । ପୂର୍ବରୁ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୨୧ ଓ ୨୩ ତାରିଖରେ ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ମୁଖ୍ୟ ପରୀକ୍ଷା ଡିସେମ୍ବର ୨ ତାରିଖରେ ହେବା ନେଇ ସ୍ଥିର କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଥିଲା ।

ପ୍ରିଲିମିନାରୀ ପରୀକ୍ଷାରେ ମଲ୍ଟିପଲ ଚଏସର ୧୦୦ଟି ପ୍ରଶ୍ନ ଆସିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ପ୍ରାର୍ଥୀଙ୍କ ୧ ମାର୍କ ମିଳିବ । ଏହି ପରୀକ୍ଷାରେ ଇଂରାଜୀ ଭାଷା, ରିଜୋନିଂ ଦକ୍ଷତା ବିଷୟରୁ ପ୍ରଶ୍ନ ଆସିବ । ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ୬୦ ମିନିଟ୍ ସମୟ ଦିଆଯିବ । ପ୍ରାର୍ଥୀମାନେ ପ୍ରିଲିମିନାରୀ ପରୀକ୍ଷା ପାସ କରିବା ପରେ ମୁଖ୍ୟ ପରୀକ୍ଷା ଦେବେ । ସେଥିରେ ପାସ କରିବା ପରେ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ । ଏହି ପରୀକ୍ଷାରେ ସିଲେକ୍ଟ ହେବା ପରେ ପ୍ରାର୍ଥୀଙ୍କୁ ପ୍ରତି ମାସରେ ୪୭,୮୪୯ ଟଙ୍କା ବେତନ ପ୍ରଦାନ କରାଯିବ ।

ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ: https://ibpsonline.ibps.in/rbiaaaug23/pecla_oct23/login.php?appid=d9d543fb822d035f8f857dfd30158c68

Get real time updates directly on you device, subscribe now.