fbpx

ପ୍ରତିଦିନ ଏହିସବୁ ଜିନିଷ ଖାଉଛନ୍ତି କି ? ତାହେଲେ ଶତପ୍ରତିଶତ କ୍ୟାନ୍ସର ହେବାର ରହିଛି ଆଶଙ୍କା !

ଆଜିକାଲି ଡବା ବନ୍ଦ ଖାଦ୍ୟ ଖାଇବାର ଟ୍ରେଣ୍ଡ ଚାଲିଛି । ଦୋକାନ ବି ମଲମାନଙ୍କରେ ଡବା ବନ୍ଦ ଖାଦ୍ୟ ଗଦା ହୋଇଛି । ଅଧିକାଂଶ ଲୋକ ଡବା ବନ୍ଦ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏକ ଷ୍ଟଡୀ ଅନୁସାରେ, ଏହି ଖାଦ୍ୟ ଖାଇବା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ଅଧିକ ବଢ଼ିଯାଉଛି । ଏଥିପାଇଁ ଯଦି ଆପଣ ବହୁ ପରିମାଣରେ ଡବା ବନ୍ଦ ଖାଦ୍ୟ ଖାଉଛନ୍ତି, ତେବେ ଶୀଘ୍ର ସେଗୁଡ଼ିକଠାରୁ ଦୂରେଇ ଯାଆନ୍ତୁ ।

ତେବେ ଲଣ୍ଡନର ଇମ୍ପେରିଆଲ୍ କଲେଜରେ ଏକ ନୂଆ ରିସର୍ଚ୍ଚ କରାଯାଇଛି, ଯେଉଁଥିରେ ଜଣାପଡିଛି ଯେ ଯେଉଁ ଲୋକାମନେ ଦୀର୍ଘ ଦିନ ଧରି ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟ ଖାଉଛନ୍ତି, ସେମାନଙ୍କଠାରେ କ୍ୟାନ୍ସର ହେବାର ଆଶଙ୍କା ବଢ଼ିଯାଉଛି । ଅନୁସନ୍ଧାନକାରୀ ଏଜଟର ଭାମୋସ ଅଧ୍ୟୟନରେ କହିଛନ୍ତି ଯେ ଅଲ୍ଟ୍ରା- ପ୍ରୋସେସ୍ଡ ଖାଦ୍ୟ କ୍ୟାନ୍ସର ରୋଗର ଆଶଙ୍କାକୁ ବଢ଼ାଇବା ସହ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ରିସର୍ଚ୍ଚରେ ଏହା ଦାବି କରାଯାଇଛି ଯେ, ଅଲଟ୍ରା ପ୍ରୋସେସ୍ଡ ଖାଦ୍ୟ ଖାଇବା ଦ୍ୱାରା ମେଦବହୁଳତା, ଟାଇପ୍ ୨ ଡାଇବେଟିସ୍ ଏବଂ ହୃଦ୍ରୋଗ ମଧ୍ୟ ହୋଇପାରେ । ଏଥିରେ ହାର୍ଟ ଷ୍ଟ୍ରୋକ୍ ଓ ହାର୍ଟ ସହ ଜଡ଼ିତ ସମସ୍ୟା ସାମିଲ ରହିଛି । ଏଥିରୁ ବର୍ତ୍ତିବା ପାଇଁ ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟରୁ ଯଥାଶୀଘ୍ର ଦୂରତା ବଜାୟ ରଖିବା ଉଚିତ୍ ।

ଏହି ରିସର୍ଚ୍ଚରେ ୟୁକେ ବାୟୋବ୍ୟାଙ୍କ ରେକର୍ଡରେ ପ୍ରାୟ ୨୦୦,୦୦୦ ବୟସ୍କଙ୍କ ବିଷୟରେ ସୂଚନା ରଖାଯାଇଥିଲା । ଯେଉଁଥିରେ ଅନୁସନ୍ଧାନକାରୀମାନେ ୧୦ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ ଏବଂ ସେହି ସମୟରେ ୩୪ ପ୍ରକାରର କର୍କଟ ଉପରେ ନଜର ରଖିଥିଲେ । ଏହା ସହ କେତେ ଜଣ କ୍ୟାନ୍ସର ରୋଗରେ ମୃତ୍ୟୁବରଣ କରୁଛନ୍ତି ତାହା ମଧ୍ୟ ସେମାନେ ଯାଞ୍ଚ କରିଥିଲେ ।

ଇମ୍ପେରିଆଲ୍ କଲେଜରେ କରାଯାଇଥିବା ଏକ ରିସର୍ଚ୍ଚରେ କୁହାଯାଇଛି ଯେ ଅଲଟ୍ରା-ପ୍ରୋସେସ୍ଡ ଖାଦ୍ୟ ଖାଇବା ଦ୍ୱାରା ଓଭାରି କ୍ୟାନ୍ସର ଏବଂ ବ୍ରେନ୍ କ୍ୟାନ୍ସର ହେବାର ଆଶଙ୍କା ବଢ଼ିଥାଏ । ସବୁଠାରୁ ଅଧିକ ମୃତ୍ୟୁବରଣ କରୁଥିବା ଲୋକଙ୍କଠାରେ ଓଭାରି କ୍ୟାନ୍ସର ଏବଂ ବ୍ରେଷ୍ତଟ କ୍ୟାନ୍ସର ହୋଇଥିଲା । ଯେଉଁ ଲୋକମାନେ ନିଜ ଖାଦ୍ୟରେ ଅଲ୍ଟ୍ରା- ପ୍ରୋସେସ୍ଡ ଖାଦ୍ୟର ସେବନ ୧୦ ପ୍ରତିଶତ ବଢ଼ାନ୍ତି, ତାଙ୍କୁ କ୍ୟାନ୍ସ ହେବାର ଆଶଙ୍କା ପ୍ରାୟ ୨ ପ୍ରତିଶତ ବଢ଼ିଯାଏ ।

ଅଲଟ୍ରା-ପ୍ରୋସେସ୍ଡ ଖାଦ୍ୟଗୁଡିକ କ’ଣ?
ପିଜ୍ଜା
ପାସ୍ତା ।
ବର୍ଗର ।
ପ୍ୟାକେଜ୍ ସ୍ନାକ୍ସ ।
ଇନଷ୍ଟେଣ୍ଟ ନୁଡୁଲ୍ସ ।
ସୁପ୍
ଫିଜି କୋଲ୍ଡ ପାନୀୟ ।
କେକ୍
ବିସ୍କୁଟ ।
ଡବା ବନ୍ଦ ମିଠା ।

Get real time updates directly on you device, subscribe now.