fbpx
BSKY SKY
BSKY SKY

ନେଦରଲାଣ୍ଡ୍‌ସକୁ ପରାସ୍ତ କରି ୧୬୦ ରନ୍‌ରେ ବିଜୟ ହେଲା ଇଂଲଣ୍ଡ

BSKY

ଓଡିଶା ଭାସ୍କର; ଆଜି ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଇଂଲଣ୍ଡ ଓ ନେଦରଲାଣ୍ଡ୍‌ସ ମ୍ୟାଚରେ ୧୬୦ ରନ୍‌ରେ ବିଜୟ ହେଲା ଇଂଲଣ୍ଡ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ବିପକ୍ଷ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି ଇଂଲଣ୍ଡ ।

ସୂଚନା ଥାଉକି, ଆଜିର ଏହି ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ପକ୍ଷରୁ ବେନ୍‌‌ ଷ୍ଟୋକ୍ସ ଶତକ, ଡେଭିଡ ମଲାନ୍‌ ଓ କ୍ରିସ୍‌ ୱକ୍ସଙ୍କ ଅର୍ଦ୍ଧଶତକ ହାସଲ କରି ଦଳକୁ ଭଲ ସ୍କୋରରେ ଦେଇଥିଲେ । ତେବେ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍‌ ହରାଇ ୩୩୯ ରନ୍‌ ସଂଗ୍ରହ କରିଥିଲା ଇଂଲଣ୍ଡ । ଫଳରେ ନେଦରଲାଣ୍ଡ୍‌ସକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୩୪୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ପରେ ଦ୍ୱିତୀୟ ଇନିଂସରେ ନେଦରଲାଣ୍ଡ୍‌ସ ବ୍ୟାଟିଂ କରି ମାତ୍ର ୩୭.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୯ ରନ୍‌ରେ ଅଟକି ଯାଇଥିଲା। ଇଂଲଣ୍ଡ ପକ୍ଷରୁ ମୋଇନ୍‌ ଅଲ୍ଲୀ ଓ ଆଦିଲ ରସିଦ୍‌ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ। ଉଭୟ ବୋଲର ନେଦରଲାଣ୍ଡ୍‌ସ ୩-୩ ଜଣ ଖେଳାଳିଙ୍କୁ ଆଉଟ କରି ଚମତ୍କାରିତା ଦେଖାଇଥିଲେ । ସେହିପରି ଡେଭିଡ ୱିଲି ୨ଟି ଓ କ୍ରିସ୍‌ ୱକ୍ସଙ୍କୁ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ ।

Get real time updates directly on you device, subscribe now.