fbpx
BSKY
BJD MC SKY
BJD YOUTH SKY

ରାହୁଲଙ୍କ ପରିବର୍ତ୍ତନ ପ୍ରକୃତ ସମାଧାନ ନୁହେଁ: ଗିଲଙ୍କ ମେଣ୍ଟର ୟୋଗରାଜ ସିଂହଙ୍କ ବଡ ବୟାନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ ଇଣ୍ଡିଆ । ୪ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୨-୦ରେ ଅଗ୍ରଣୀ ରହି ବର୍ଡର ଗାଭାସ୍କର-ଟ୍ରଫି ବିଜୟର ପ୍ରମୁଖ ଦାବିଦାର ମଧ୍ୟ ପାଲଟିଛି । ତେବେ ଭାରତ ପାଇଁ ଓପନିଙ୍ଗ ଯୋଡିକୁ ନେଇ ରହିଛି ଏକମାତ୍ର ସମସ୍ୟା । ବିଶେଷ କରି କେ.ଏଲ ରାହୁଲଙ୍କ ପ୍ରଦର୍ଶନ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ତିନୋଟି ଇନିଂସରେ ତାଙ୍କ ବ୍ୟାଟରୁ ଦଳ ପାଇଁ ୨୦, ୧୦ ଏବଂ ୧ ରନର ଅବଦାନ ରହିଛି ।

ଖରାପ ପ୍ରଦର୍ଶନ ପାଇଁ ରାହୁଲଙ୍କୁ ଦଳରୁ ବାଦ ଦେବା ତାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ସୁଯୋଗ ଦେବା ପାଇଁ ଅନେକ ଆଲୋଚନା ହେବାରେ ଲାଗିଛି । ତେବେ ରାହୁଲଙ୍କ ପ୍ରତିଭାକୁ ନଜରରେ ରଖି ତାଙ୍କୁ ବାଦ ଦେବା ଦଳର ଆଦର୍ଶକୁ ହିଁ ମେଳ ଖାଇପାରେ । କିନ୍ତୁ ଏହାକୁ ନେଇ ପୂର୍ବତନ କ୍ରିକେଟର ତଥା ଶୁଭମନ ଗିଲଙ୍କ ମେଣ୍ଟର ୟୋଗରାଜ ସିଂହ ଏକ ବଡ ବୟାନ ଦେଇଛନ୍ତି । ପ୍ରତ୍ୟେକ ଖେଳାଳି କ୍ୟାରିୟରର ଉତ୍ଥାନ-ପତନ ପରିସ୍ଥିତି ଦେଇ ଗତି କରେ । ଏହା ଖେଳର ନିୟମ ଏବଂ ଅଂଶ । ରାହୁଲ ଜଣେ ଉଜ୍ଜ୍ୱଳ ବ୍ୟାଟ୍ସମ୍ୟାନ ବୋଲି ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ ସମସ୍ତ ଫର୍ମାଟରେ ଭଲ ପ୍ରଦର୍ଶନ କରିଥିବା ଏଭଳି ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବା ଆବଶ୍ୟକ । ତେଣୁ କେବଳ ପତନ ସମୟର ପ୍ରଦର୍ଶନକୁ ଆଧାର କରି ବିଚାର କରାଯିବା ଉଚିତ ହେବନି ବୋଲି କହିଛନ୍ତି ୟୋଗରାଜ ସିଂହ ।

ସୁନୀଲ ଗାଭାସ୍କର ଏବଂ କପିଲ ଦେବଙ୍କ ଭଳି ମହାନ ଖେଳାଳି ମଧ୍ୟ ଏଭଳି ଖରାପ ପରିସ୍ଥିତି ଦେଇ ଗତି କରିଛନ୍ତି । ତେବେ ଶୁଭମନ ଗିଲଙ୍ଖ ଭଳି ପ୍ରତିଭାଙ୍କୁ ସୁଯୋଗ ଦେବା ଆବଶ୍ୟକ । କିନ୍ତୁ କୌଣସି ଖେଳାଳିଙ୍କୁ ୫ଯି ପରୀକ୍ଷା ପରି ପର୍ଯ୍ୟାପ୍ତ ସମୟ ଦେବା ଉଚିତ ବୋଲି ୟୋଗରାଜ ସିଂହ ମତ ଦେଇଛନ୍ତି । ସେ ଏହି କଥାକୁ ନେଇ କପିଲ ଦେବଙ୍କ ଉଦାହରଣ ଦେଇଛନ୍ତି । ୧୯୭୮ ମସିହା ପାକିସ୍ତାନ ଗସ୍ତରେ କପିଲ ଦେବ ମାତ୍ର ଗୋଟିଏ ୱିକେଟ ହାସଲ କରିପାରିଥିଲେ । କିନ୍ତୁ ଏହାପରେ ମଧ୍ୟ ବୋର୍ଡ ତାଙ୍କ ଉପରେ ଭରସା କରିଥିଲା, ଏବଂ ତାଙ୍କୁ ଇଂଲଣ୍ଡ ଗସ୍ତରେ ପଠାଇଥିଲା । ଏହି ସିରିଜରେ ସେ ଇଆନ ବେଥାମଙ୍କ ଭଳି ଅଲରାଉଣ୍ଡରଙ୍କ ସହ ସେ ପ୍ରତିଯୋଗିତା କରିଥିଲେ ।

କୌଣସି ଖେଳାଳିଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ସେମାନଙ୍କୁ ଉତ୍ସାହିତ କରିବା ଉଚିତ । ଜଣେ ଖେଳାଳି କାହିଁକି ଏପରି ପରିସ୍ଥିତି ଦେଇ ଗତି କରୁଛି ଏହାର କାରଣ ଖୋଜି ବାହାର କରିବା ଉଚିତ । ତେବେ କରୋନା ସମୟରେ ଶୁଭମନ ଗିଲଙ୍କ ଟ୍ରେନିଙ୍ଗ ସମୟର କାହାଣୀ ମଧ୍ୟ ମନେ ପକାଇଛନ୍ତି ମେଣ୍ଟର ୟୋଗରାଜ । ଏହି ସମୟରେ ଗିଲ ଖୁବ ସଂଘର୍ଷ କରିଥିଲେ । ଅଧା ସ୍କ୍ୱାସ ବଲ ତାଙ୍କ ଗ୍ଲୋବ୍ସରେ ରଖାଯାଇଥିଲା ଯାହା ତାଙ୍କ ଗ୍ରିପରେ ସୁଧାର ଆଣିଥିଲା ।

ରାହୁଲ ଜଣେ ଭଲ ଷ୍ଟ୍ରାଇକର । ତେବେ ତାଙ୍କୁ ନିଜ କୌଶଳରେ ଟିକିଏ ଅଧିକ ଧ୍ୟାନ ଦେବା ଆବଶ୍ୟକ । ତେବେ ୟୋଗରାଜ କହିଛନ୍ତି ଯେ, ଯଦି ରାହୁଲଙ୍କ ପ୍ରଦର୍ଶନ ଖରାପ ରହିଛି, ତେବେ ତାଙ୍କୁ ପାଷ୍ଟ କ୍ଲାସ କ୍ରିକେଟ ଖେଳିବା ପାଇଁ ପଠାଯିବା ଉଚିତ । ଏହାସହିତ ଦଳରେ ଶୁଭମନ ଗିଲଙ୍କୁ ସୁଯୋଗ ଦେବା ଆବଶ୍ୟକ । ଗିଲଙ୍କୁ ମଧ୍ୟ ପ୍ରଦର୍ଶନ କରିବାକୁ ପଡିବ । କାରଣ ବିନା ପ୍ରଦର୍ଶନରେ ଦଳ ସହ ରହିବା ସମ୍ଭବ ନୁହେଁ । ୟୋଗରାଜ କହିଛନ୍ତି ଯେ, ଜଣେ ଖେଳାଳିଙ୍କୁ ଏହା ବିଶ୍ୱାସ ଦେବା ଉଚିତ ଯେ ସେ ଜଣେ ଭଲ ଖେଳାଳି । ତେବେ ବର୍ତ୍ତମାନ ପାଇଁ ଗିଲଙ୍କୁ ଦଳରେ ସୁଯୋଗ ଦେଇ ରାହୁଲଙ୍କୁ ଗ୍ରୁମ କରିବା ଆବଶ୍ରକ । ଯେଉଁ ପର୍ଯ୍ୟନ୍ତ ସେମାନେ ଖେଳାଳି ଏବଂ ଛାତ୍ର ଅଛନ୍ତି, ସେମାନଙ୍କ କ୍ୟାରିୟରରେ କେତେ ରନ୍ କରିଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ୟୋଗରାଜ ସିଂହ ।

Get real time updates directly on you device, subscribe now.