fbpx

ତୋଫାନରେ ଉଡିଗଲେ Reporter: ୨୪୧ କି.ମି ପବନ ଆଗରେ ଏମିତି ଜୀବନ ବଞ୍ଚାଇଲେ ସାମ୍ବାଦିକ

ଚକ୍ରବାତି ତୋଫାନ ‘ଇୟାନ’ରେ ଆମେରିକାର ଫ୍ଲୋରିଡାରେ ସବୁଆଡେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ । ଗୁରୁବାର ସକାଳେ ଏମିତି ଏକ ଝଡ ତୋଫାନର ସାମନା କରିଛି ଆମେରିକା । ଏହି ସମୟରେ ପବନର ବେଗ ଆଗରେ ଜଣେ ସାମ୍ବାଦିକଙ୍କ ବେସାହାରା ଭାବେ ଦେଖିବାକୁ ମିଳିଛି । ପବନର ବେଗ ୨୪୧ କି.ମି ପ୍ରତି ଘଣ୍ଟା ରେକର୍ଡ କରାଯାଇଛି । ତେଣୁ ଏହାକୁ କାଟାଗୋରୀ-୪ର ଏକ ତୋଫାନ ବୋଲି କୁହାଯାଉଛି । ଏହାର ପ୍ରଭାବରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଘରେ ଏବେ ବିଜୁଳି ବ୍ୟବସ୍ଥା ବନ୍ଦ ହୋଇ ପଡିଛି ।

ଏବେ ପର୍ଯ୍ୟନ୍ତ ଆମେରିକାର ଏହା ସବୁଠୁ ବଡ ଏବଂ ଭୟଙ୍କର ତୋଫାନ ବୋଲି ମଧ୍ୟ କୁହାଯାଉଛି । ତେବେ ଏହାହ ମଧ୍ୟରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ରିପୋର୍ଟରଙ୍କୁ ପ୍ରକୃତିର ତାଣ୍ଡବ ସହ ଲଢେଇ କରୁଥିବାର ଦେଖାଯାଇଛି । ପବନର ବେଗ ଆଗରେ ଫସି ଯାଇଥିଲେ ଏହି ସାମ୍ବାଦିକ ଜଣକ । ପବନର ଗତି ଆଗରେ ସେ ଖୁବ ବେସାହାରା ଥିବା ଭିଡିଓରେ ଦେଖାଯାଇଛି । ୩୬ ସେକେଣ୍ଡର ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ରାସ୍ତା ମଝିରେ ଜଣେ ରିପୋର୍ଟର ଲାଇଭ ରିପୋର୍ଟିଂ କରୁଥିବା ବେଳେ ପବନର ବେଗ ତାଙ୍କୁ ରାସ୍ତା ଆର ପଟକୁ ଠେଲି ଦେଇଛି । ଜୀବନ ବଞ୍ଚାଇ ଦୌଡି ଚାଲିଯିବା ସମୟରେ ଗଛର ଡାଳ ତାଙ୍କ ପାଦରେ ଫସି ଯାଇଥିଲା । ଯାହା ଫଳରେ ସେ ତଳେ ପଡି ଯାଇଥିଲେ । ଏହାପରେ କିନ୍ତୁ ସେ ରାସ୍ତାରୁ ଉଠି ଏକ ପୋଲକୁ ଧରି ଛିଡା ହୋଇଯାଇଥିଲେ । ତେବେ ଏତେ ସବୁ ଘଟିଯିବା ପରେ ମଧ୍ୟ ସେ ଲଗାତାର ଷ୍ଟୁଡିଓ ସହ କଥା ହେଉଥିଲେ ଏବଂ ଅପଡେଟ ଦେଇ ଚାଲିଥିଲେ । ତେବେ ଏହିଠାରେ ଭିଡିଓଟି ଶେଷ ହୋଇଯାଇଛି ।

Get real time updates directly on you device, subscribe now.