(Breaking) ରେରା ଆଇନରେ କରାଯିବ ସଂଶୋଧନ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବଦଳିବ ରିଅଲିଷ୍ଟେଟ ରେଗୁଲେଟୋରୀ ଅଥୋରିଟି ଆଇନ । ଆଇନରେ ସଂଶୋଧନ ହେବ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ଏଥିପାଇଁ ଆବଶ୍ୟକ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଦେଇଛନ୍ତି ମନ୍ତବ୍ୟ ।

ମନ୍ତ୍ରୀ ଆଜି ସମ୍ବଲପୁରରେ କହିଛନ୍ତି କି, ଜମି ବିକ୍ରିବଟା ବେଳେ ଲୋକଙ୍କୁ ରେରା ଆଇନ ପାଇଁ ଅନେକ ସମସ୍ୟା ଭୋଗିବାକୁ ପଡୁଛି । ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହୁଁଥିଲେ ବି ଆଇନରେ ଥିବା ଜଟିଳତା ପାଇଁ ବିକି ପାରୁ ନାହାନ୍ତି । ତେଣୁ ଏହି ଆଇନରେ ସଂଶୋଧନର ଆବଶ୍ୟକତା ରହିଛି । ତେଣୁ ଏହା ଉପରେ ବିଚାର ବିମର୍ଷ କରିବ ବିଭାଗ ଓ ଆବଶ୍ୟକ ହେଉଥିବା ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବ ବିଭାଗ । ଏଥିପାଇଁ ନଗର ଉନ୍ନୟନକୁ ଆଲୋଚନା ପାଇଁ ଡକାଯାଇଥିବା କହିଛନ୍ତି ମନ୍ତ୍ରୀ ।

ନଗର ଉନ୍ନୟନ ବିଭାଗ ସହ ରାଜସ୍ୱ ବିଭାଗ ବସି ଆଲୋଚନା କରି ଜମି କିଣା, ବିକାକୁ ସହଜ କରିବାକୁ ନିଷ୍ପତ୍ତି ନେବ । ଅବଶ୍ୟ ରେରାରେ ଥିବା କଟକଣା ପାଇଁ ବହୁ ସମୟରେ ଲୋକଟିଏ ଝିଅ ବାହାଘର ହେଉ, କାହାର ରୋଗରେ ଚିକିତ୍ସା ପାଇଁ ହେଉ ବା ଆଉ କିଛି ଆର୍ଥିକ ଅନଟନ କାଳ,  ଜମି ବିକି ବାକୁ ଚାହିଁଲେ ବିକି ନ ପାରିବାରୁ ବହୁ ଅସୁବିଧା ଭୋଗ କରୁଛନ୍ତି ।

Get real time updates directly on you device, subscribe now.