ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ପୁରୀ: ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 3 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ହେବ ଅନ୍ତର୍ଯ୍ୟାତୀୟସ୍ତରର ବ୍ୟାଖ୍ୟାନ କେନ୍ଦ୍ର ।

ରଥଯାତ୍ରା ଶେଷ ହେଲେ 3ଟି ବ୍ୟାଖ୍ୟାନ କେନ୍ଦ୍ର ଯାଇ ଦେଖିବେ ଆଇନ ମନ୍ତ୍ରୀ । ମହାପ୍ରଭୁଙ୍କ ଉପରେ ପୁରାଣଠାରୁ ଲୀଳା ପର୍ଯ୍ଯନ୍ତ ସବୁ ଜିନିଷ ସେଠି ରହିବ । ଏହା ଦ୍ବାରା ଜଗନ୍ନାଥ ସଂସ୍କୃତି ଉପରେ ଜ୍ଞାନ ଗବେଷକମାନେ ପାଇବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଅନ୍ୟପଟେ ସ୍ନାନପୂଣ୍ଣିମାରେ ରଥ ଉପରକୁ ମୋବାଇଲ ନେବା ପାଇଁ ମନା କରିବା ସହ ଅଣସେବାୟତ ରଥକୁ ଗଲେ ପୋଲିସକୁ ଦିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।