fbpx

କେତେ ବର୍ଷ ବଞ୍ଚିବେ ତାହା ଆପଣଙ୍କ ଅଞ୍ଚଳ ଉପରେ ନିର୍ଭର: ରିସର୍ଚ୍ଚରୁ ଖୁଲାସା

ଲଣ୍ଡନ: ଆପଣ କେତେ ବର୍ଷ ବଞ୍ଚିବେ, ଏହା ଆପଣ ରହୁଥିବା ସ୍ଥାନ ଉପରେ ନିର୍ଭର କରିଥାଏ । ବ୍ରିଟେନରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି କି, ପୋଶ୍ ଅଞ୍ଚଳ ଅର୍ଥାତ୍ ଏପରି ଏକ ଅଞ୍ଚଳ ଯେଉଁଠାରେ ଅଧିକ ଧନୀ ଲୋକ ରହୁଛନ୍ତି, ସେଠାକାର ଲୋକମାନେ ଅପେକ୍ଷାକୃତ ଅଧିକ ବର୍ଷ ବଞ୍ଚନ୍ତି । ରିସର୍ଚ୍ଚରେ କୁହାଯାଇଛି ଯେ, ବଞ୍ଚିତ ଅଞ୍ଚଳରେ ରହୁଥିବା ଲୋକଙ୍କ ବୟସ ପୋଶ ଅଞ୍ଚଳରେ ରହୁଥିବା ଲୋକଙ୍କ ତୁଳନାରେ କମ୍ ହୋଇଥାଏ । ଇଂଲଣ୍ଡରେ ଗରିବ ଅଞ୍ଚଳରେ ରହୁଥିବା ଲୋକଙ୍କ ବିଷୟରେ ହୋଇଥିବା ଅନୁସନ୍ଧାନରେ କୁହାଯାଇଛି ଯେ, ସେଠାରେ କରୋନାର ଶିକାର ହେବାର ଆଶଙ୍କା ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ରହିଛି ।

ରିପୋର୍ଟ ଅନୁସାରେ, ଗରୀବ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆର୍ଥିକ ଓ ସାମାଜିକ ସହିତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ସେମାନଙ୍କ ବୟସ କିଛି ବର୍ଷ ହ୍ରାସ ପାଇଥାଏ । ରିପୋର୍ଟରେ କିଛି ବଞ୍ଚିତ ଅଞ୍ଚଳ ବିଷୟରେ କୁହାଯାଇଛି ଯେ, ସେଠାରେ ରହୁଥିବା ଲୋକମାନେ ଧନୀ ଅଞ୍ଚଳରେ ରହୁଥିବା ଲୋକଙ୍କ ତୁଳନାରେ ୭.୫ ବର୍ଷ କମ୍ ବଞ୍ଚିବେ । ତେବେ ଅନୁସନ୍ଧାନକାରୀମାନେ ଏକ କାଲକୁଲେଟର ତିଆରି କରିଛନ୍ତି, ଯାହା ମାଧ୍ୟମରେ ସେମାନେ ଜନ୍ମତିଥି ଓ ଲିଙ୍ଗ ଆଧାରରେ ଲୋକମାନେ କେତେ ବର୍ଷ ବଞ୍ଚିପାରିବେ ବୋଲି କହିବାକୁ ପ୍ରୟାସ କରିଛନ୍ତି ।

Get real time updates directly on you device, subscribe now.