fbpx

Australian Openରୁ ବାଦ୍ ପଡ଼ିବେ Novak Djokovic! ଇତିହାସ ରଚିବାରୁ ହେବେ ବଞ୍ଚିତ

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆନ୍ ଓପନରୁ ବାଦ୍ ପଡ଼ିପାରନ୍ତି ବିଶ୍ୱର ନମ୍ବର ୱାନ୍ ଟେନିସ୍ ପ୍ଲେୟାର ନୋଭାକ୍ ଡିଜୋକୋଭିକ । କୋଭିଡ୍ ଭ୍ୟାକ୍ସିନେଟେଡ୍ ହୋଇ ନଥିବା କାରଣରୁ ଅଷ୍ଟ୍ରେଲିଆ ସରକାର ନୋଭାକଙ୍କ ଭିସା ଦ୍ୱିତୀୟ ଥର ପାଇଁ ରଦ୍ଦ କରିଦେଇଛନ୍ତି । ଏହାଫଳରେ ସେ ଆସନ୍ତା ୩ ବର୍ଷ ପାଇଁ ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ ।

୩୪ ବର୍ଷୟ ସର୍ବିଆନ ତାରକା ବର୍ତ୍ତମାନ ଆଇନଗତ ଲଢ଼େଇ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ଏପରି ସମସ୍ୟା ଉପୁଜିଥିବାରୁ ବର୍ତ୍ତମାନ ଏହି ତାରକାଙ୍କ ଖେଳିବା ଉପରେ ଆଶଙ୍କା ସୃଷ୍ଟି ହୋଇଛି । ଭ୍ୟାକ୍ସିନେଟେଡ ହୋଇନଥିଲେ କୌଣସି ଖେଳାଳି ଏହି ଇମେଣ୍ଟରେ ଭାଗ ନେଇପାରିବେ ନାହିଁ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିୟମ ପ୍ରଣୟନ କରାଯାଇଥିଲା । ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ନିଜର ଭିସା କାର୍ଯ୍ୟକ୍ଷମ ପାଇଁ ନୋଭାକ ଅଦାଲତରେ ଅପିଲ କରିବା ସହ ବିଜୟ ହାସଲ କରିଥିଲେ । ଏହାଫଳରେ ତାଙ୍କୁ ଦେଶରେ ଜାନୁଆରୀ ୧୭ ପର୍ଯ୍ୟନ୍ତ ପ୍ରାକ୍ଟିସ କରିବାକୁ ସୁଯୋଗ ଦିଆଯାଇଥିଲା । ମାତ୍ର ପୁଣି ଥରେ ତାଙ୍କର ଭିସାକୁ ରଦ୍ଦ କରାଯିବା ଫଳରେ ସମସ୍ୟା ଅଧିକ ବଢ଼ିଯାଇଛି । ବିଶ୍ୱର ନମ୍ବର ୱାନ ଟେନିସ୍ ତାରକା ନୋଭାକ ନିଜ କ୍ୟାରିୟରେ ମୋଟ ୯ ଥର ଅଷ୍ଟ୍ରେଲିଆନ୍ ଓପନ ଟାଇଟଲ ହାସଲ କରିଛନ୍ତି । ଏଥିସହ ସେ ମୋଟ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ସ୍ୱିଜରଲାଣ୍ଡର ରଜର ଫେଡେରର ଓ ସ୍ପେନର ରାଫେଲ ନାଡାଲଙ୍କ ସମକକ୍ଷ ହୋଇଛନ୍ତି ।

Get real time updates directly on you device, subscribe now.