fbpx
BSKY
BJD MC SKY
BJD YOUTH SKY

ବନ୍ୟା ସ୍ଥିତି ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା: କହିଲେ ସୋମବାର ୧୨ ଟାରେ ରାଜଘାଟଠାରେ ପିକ୍ ଛୁଇଁବ ସୁବର୍ଣ୍ଣରେଖା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଭିନ୍ନ ନଦୀରେ ଜଳସ୍ତର କମିଥିଲେ ବି, ରାଜ୍ୟରେ ଜାରି ରହିଥିବା ବନ୍ୟା ସ୍ଥିତିରେ ଏବେବି ସୁଧାର ଆସିନି । ଏବେବି ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସେପଟେ ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜରୁ ସମସ୍ତ ଗେଟ୍ ଦେଇ ଜଳ ନିଷ୍କାସନ ଚିନ୍ତା ବଢ଼ାଇଛି । କାରଣ ଏହା ଦ୍ୱାର ବଢ଼ିଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଫଳରେ ସୁବର୍ଣ୍ଣରେଖାରେ ନିଶ୍ଚିତ ବନ୍ୟା ନେଇ କୁହାଯାଉଛି ।

ସେପଟେ ବନ୍ୟା ଓ ବର୍ଷା ସ୍ଥିତି ନେଇ ସୂଚନା ଦେଇଛନ୍ତି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଏହାସହ ଭୋଗରାଇ ଓ ବାଲିଆପାଳର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । ମୟୂରଭଞ୍ଜ ସାରସକଣା ବ୍ଲକର ଗୋଟିଏ ଗାଁରେ ମଧ୍ୟ ବନ୍ୟା ପାଣି ପଶିଛି । ଆସନ୍ତାକାଲି ଦିନ ୧୨ ଟାରେ ସୁବର୍ଣ୍ଣରେଖା ରାଜଘାଟଠରେ ପିକ୍ ଛୁଇଁବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ଗାଲୁଡିହ ବ୍ୟାରେଜ୍ ର ପାଣି ଆସିବା କମୁଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ସେପଟେ ବାଲେଶ୍ୱରରେ ବନ୍ୟା ମୁକାବିଲା ଲାଗି ୨୧ଟି ରେସପନ୍ସ ଟିମ୍ ମୁତୟନ କରାଯାଇଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.