fbpx
BSKY
BJD MC SKY
BJD YOUTH SKY

ବିବାହିତ ଲୋକଙ୍କର ଲାଗିଲା ଲଟେରୀ: ମୋଦୀ ସରକାର ମାସକୁ ଦେଉଛନ୍ତି ୧୮,୫୦୦ ଟଙ୍କା! ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ନାଗରିକଙ୍କ ହିତ ପାଇଁ ଅନେକ ସମୟରେ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ତେବେ ଆପଣ ପ୍ରଧାନମନ୍ତ୍ରୀ ଭାୟା ବନ୍ଦନା ଯୋଜନା (PMVVY) ଯୋଜନା ବିଷୟରେ ଜାଣିଛନ୍ତି । ଏହି ଯୋଜନାରେ ବିବାହିତ ଲୋକଙ୍କୁ ମାସିକ ୧୮,୫୦୦ ଟଙ୍କା ପେନସନ ମିଳିଥାଏ । ଏହି ସାମାଜିକ ସୁରକ୍ଷା ପେନସନ ପ୍ଲାନର ଭାଗିଦାରୀ ହେବା ପାଇଁ ଆପଣଙ୍କୁ କିଛି କାମ କରିବାକୁ ପଡ଼ିବ ।

ଏହି ଯୋଜନାରେ ମାସିକ ଗ୍ୟାରେଣ୍ଟି ପେନସନ୍ ମିଳିଥାଏ । ଗତ ୨୦୨୦ ମସିହା ମେ ମାସ ୨୬ ତାରିଖରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଦମ୍ପତି ୨୦୨୩ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନିବେଶ କରିପାରିବେ । ଯଦି ପତିପତ୍ନୀ ଚାହିଁବେ ତେବେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଏହାର ଲାଭ ଉଠାଇ ପାରିବେ ।

ଏହି ଯୋଜନା ଏକ ସାମାଜିକ ସୁରକ୍ଷା ଯୋଜନା, ଏଥିରେ ଲାଭାର୍ଥୀଙ୍କୁ ମାସିକ ପେନସନ ମିଳିବ । କେନ୍ଦ୍ର ସରକାର ଏହି ଯୋଜନା ଲାଗୁ କରିଥିଲେ ହେଁ ଏହା ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) କରୁଛି । ଯେଉଁ ପତିପତ୍ନୀ ୬୦ ବର୍ଷ ପାର କରିସାରିଥିେବେ ସେମାନେ ସର୍ବାଧିକ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ । ପୂର୍ବରୁ ଏହି ସୀମା ୭.୫ ଲକ୍ଷ ଥିଲା, ପରେ ଏହାକୁ ବୃଦ୍ଧି କରାଯାଇଥିଲା । ଅନ୍ୟ ଯୋଜନା ଅପେକ୍ଷା ଏଥିରେ ବରିଷ୍ଠ ନାଗରିକଙ୍କୁ ଅଧିକ ସୁଧ ମିଳିଥାଏ ।

ଯଦି ପତିପତ୍ନୀ ଦୁହେଁ ଏହି ସ୍କିମର ଫାଇଦା ଉଠାଇବାକୁ ଚାହିଁବେ ତେବେ ଦୁହେଁ ୧୫ ଲକ୍ଷ ନିବେଶ କରିପାରିବେ । ଅର୍ଥାତ ମୋଟ ୩୦ ଲକ୍ଷ ନିବେଶ କରିବେ । ଏଥିରେ ୭.୪୦ ପ୍ରତିଶତ ବାର୍ଷିକ ସୁଧ ମିଳିବା ସହ ବାର୍ଷିକ ସୁଧ ୨,୨୨,୦୦୦ ଟଙ୍କା ହେବ । ଯଦି ୧୨ ମାସରେ ଏହାକୁ ଭାଗ କରାଯାଏ ତେବେ ମାସିକ ୧୮,୫୦୦ଟଙ୍କା ହେବ । ଯଦି ଆପଣ ୧୫ ଲକ୍ଷ ନିବେଶ କରିବେ, ତେବେ ବାର୍ଷିକ ସୁଧ ୧,୧୧,୦୦୦ ଟଙ୍କା ହେବ ଓ ଏହା ମାସକୁ ୯,୨୫୦ ଟଙ୍କା ହେବ ।

Get real time updates directly on you device, subscribe now.