fbpx
BSKY SKY
BSKY SKY

୨୩ ରୁ ପୁଣି ହୋଇପାରେ ବର୍ଷା, ଚିନ୍ତାରେ ଲୋକେ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ରାଜ୍ୟରେ ବନ୍ୟା ପରସ୍ଥିତି ଯୋଗୁଁ ଲୋକେ ଦୁର୍ଦ୍ଦଶା ଭୋଗୁଥିବାବେଳେ ଅନ୍ୟପଟେ ପୁଣି ବର୍ଷା ସମ୍ଭାବନାକୁ ନେଇ ଚିନ୍ତାରେ ଲୋକେ ।

ସୂଚନା ଅନୂଯାୟୀ ଆସନ୍ତା ୨୩ ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ।

୨୩ ତାରିଖ ପାଇଁ ୩ ଜିଲ୍ଲା ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜକୁ ପ୍ରବଳ ବର୍ଷା ନେଇ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ, ୨୪ ରେ ଗଜପତି, ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୨୫ ରେ ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.