fbpx

ମଦ ଦୋକାନ ଖୋଲିବାରୁ ରେସ୍ତୋରାଁ ମାଲିକ ଖୁସି ହୋଇ ମନ୍ତ୍ରୀଙ୍କ ଫଟୋର ଉତାରିଲେ ଆଳତୀ

ଚନ୍ଦ୍ରପୁର: କରୋନା ମହାମାରୀର ପ୍ରକୋପ କମିବାରୁ ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ରେସ୍ତୋରାଁଗୁଡିକ ପୁଣି ଥରେ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କଲେ । ମଦ ଉପରୁ ବି କଟକଣା ହଟାଇଲେ । ରେସ୍ତୋରାଁ ଖୋଲିବାରୁ ରୋଜଗାର ଠପ୍ ହୋଇ ପଡିଥିବା ମାଲିକଙ୍କ ମୁହଁରେ ହସ ଫୁଟିଲା । ତେବେ ରେସ୍ତୋରାଁ କ୍ଷେତ୍ରରେ ରୋଜଗାର ସବୁଠୁ ବଡ ମାଧ୍ୟମ ହେଉଛି ମଦ । ଯାହା ଆପଣ ମାନେ ଲକଡାଉନ ହେବ ସମୟରେ ଦେଖିଥିଲେ ଯେ ମଦ ନେବା ପାଇଁ ଦୋକାନ ବାହାରେ ଲୋକମାନେ କେତେ ଭିଡ ଲଗାଇଥିଲେ । ହେଲେ ମଦ ଉପରୁ କଟକଣା ହଟିଯିବାରୁ ଅତ୍ୟନ୍ତ ଆନନ୍ଦିତ ଜଣେ ରେସ୍ତୋରାଁ ମାଲିକ ମନ୍ତ୍ରୀଙ୍କ ଫଟୋର ଆଳତୀ ଉତାରିଛନ୍ତି । ଏମିତି ଅଜବ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଦେଖିବାକୁ ମିଳିଛି ।

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଦ ଉପରୁ କଟକଣା ହଟାଇବା ପରେ ପୁଣି ଥରେ ବାର୍ ଓ ରେସ୍ତୋରାଁରେ ମଦ ମିଳିବା ଆରମ୍ଭ ହୋଇ ଯାଇଛି । ଏଥିରେ ଖୁସି ହୋଇ ଏକ ବାର ଓ ରେସ୍ତୋରାଁର ମାଲିକ ଜିଲ୍ଲାର ସଂରକ୍ଷକ ମନ୍ତ୍ରୀ ବିଜୟ ଜିଲ୍ଲା ସଂରକ୍ଷକ ମନ୍ତ୍ରୀ ବିଜୟ ଓ୍ଵାଡେଟ୍ଟିଆରଙ୍କ ଫଟୋ ପୂଜା କରିଛନ୍ତି । ମାଲିକ ଜଣକ ପ୍ରତିକ୍ରିୟା ଦେଇ କହିଛନ୍ତି, “ଆମ ପାଇଁ ସେ ଭଗବାନ। ଯେ କେହି ଆମର ଆଜୀବିକ ଆୟରେ ସାହାଯ୍ୟ କରିଥାନ୍ତି, ସେ ଆମର ଭଗବାନ” ।

Get real time updates directly on you device, subscribe now.