fbpx

ଦେବଦାସୀ ପରସମଣି ଆଉ ନାହାନ୍ତି, କିଛିଦିନ ହେଲା ଥିଲେ ଅସୁସ୍ଥ

ପୁରୀ(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ସାରା ଜୀବନ ଉତ୍ସର୍ଗୀକୃତ ଥିବା ପରସ ମଣି ଦେବଦାସୀଙ୍କ ଦେହାନ୍ତ ହୋଇଛି । ପୁରୀ ବାସେଳୀସାହିରେ ଜନ୍ମ ଗ୍ରହଣ କରିଥିବା ଦେବଦାସୀ ପରସମଣି ୮୪ ବର୍ଷ ବୟସରେ ନିଜସ୍ୱ ବାସ ବାଭନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ଦେବଦାସୀ ୯ ବର୍ଷ ବୟସରୁ ଶାଢ଼ି ବାନ୍ଧି ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ । ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ ମାଧ୍ୟମରେ ନିଜକୁ ଉତ୍ସର୍ଗ କରୁଥିଲେ ଦେବଦାସୀ ପରସମଣି । ଏହା ବ୍ୟତୀତ ମହାପ୍ରଭୁଙ୍କ ଭିତର ସେବା କରିବା ସହ ମାଜଣା ମଣ୍ଡପରେ ଗୀତଗୋବିନ୍ଦ ଗାନ କରୁଥିଲେ । କିଛି ଦିନ ହବ ପରସମଣି ଦେବଦାସୀ ଅସୁସ୍ଥରେ ପଡ଼ିଥିବାବେଳେ ତାଙ୍କର ଦେହାନ୍ତ ଘଟିଯାଇଛି । ତାଙ୍କ ବିୟୋଗରେ ପୁରୀ ସହରରେ ଥିବା ସମସ୍ତ କଳାକାର, ନୃତ୍ୟଶିଳ୍ପୀ ଓ ପୁରୀ ବାସୀଙ୍କ ମଧ୍ୟରେ ଗଭୀର ଶୋକର ପ୍ରକାଶ ପାଇଛି ।

Get real time updates directly on you device, subscribe now.