fbpx

ସାବୁନ୍ ବଞ୍ଚାଇବା ପାଇଁ ୱାଶିଂମେସିନରେ ଧୁଅନ୍ତି କପଡ଼ା, ଜାଣନ୍ତୁ ଦୁନିଆର ‘ମହାକଞ୍ଜୁସ୍’ ମହିଳାଙ୍କ ବିଷୟରେ

ନୂଆଦିଲ୍ଲୀ: ପ୍ରତିଟି ମଣିଷ ନିଜର ସ୍ୱପ୍ନ ପୂରଣ କରିବାକୁ ସେଭିଂସ୍ କରିଥାଏ । ହେଲେ କିଛି ଏମିତି ଲୋକ ରହିଛନ୍ତି ଯେଉଁ ମାନେ ସେଭ୍ କରିବା ଚକରରେ ନିଜର ଜରୁରୀ ଜିନିଷକୁ ବି କିଣନ୍ତି ନାହିଁ । ତେଣୁ ଲୋକମାନେ ଏହିଭଳି ଲୋକଙ୍କୁ କଞ୍ଜୁସ୍ ବୋଲି ଡାକନ୍ତି । ତେବେ ଆଜି ଆମେ ଏମିତି ଏକ ମହିଳାଙ୍କ ବିଷୟରେ ଜାଣିବା ଯାହାଙ୍କୁ କି ଦୁନିଆର ସବୁଠାରୁ ମହାକଞ୍ଜୁସ୍ ବୋଲି କୁହାଯାଏ ।

୪୧ ବର୍ଷୀୟ ବେକି ଗୁଲିସ୍ ଙ୍କୁ ଦୁନିଆର ସବୁଠାରୁ କଞ୍ଜୁସ୍ ମହିଳା ବୋଲି କୁହାଯାଏ । ବେକିଙ୍କ ବିଷୟରେ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ବେକିଙ୍କ ମୁଣ୍ଡକୁ ସବୁବେଳେ କିଛି ନା କିଛି ସେଭ୍ କରିବାର ଊପାୟ ଆସି ହିଁ ଯାଏ । ସେ କୁହନ୍ତି ଯେ, ଦୁନିଆରେ କିଛି ଜିନିଷ ଏପରି ରହିଛି ଯାହାକୁ କି ଆମେ ଖୁବ୍ କମ୍ ଦାମ୍ ରେ ଆଣିପାରିବା ଏବଂ ଦରକାର ପଡ଼ିଲେ ମାଗଣା ବି ଆଣି ପାରିବା । ବେକି ଏତେ ପରିମାଣରେ କଞ୍ଜୁସ୍ ଯେ, ସେ ନିଜ ଘରର ପାଣି ସପ୍ଲାଏ କୁ ବି ବନ୍ଦ କରିଦେଇଛନ୍ତି ଏବଂ ବରଫରୁ ପାଣିର ବନ୍ଦୋବସ୍ତ କରିବା ଆରମ୍ଭ କରିଦେଇଥିଲେ ।

ସେ ସାବୁନ୍ ସରିଯିବା ବୋଲି ସେ ଘରର ବାସନ ସବୁକୁ ୱାଶିଂ ମେସିନ୍ ରେ ହିଁ ଧୋଇଦିଅନ୍ତି । ସେ ନିଜେ ଏଭଳି କରିବା ସହିତ ଘର ଲୋକମାନଙ୍କୁ ବି ଏପରି କରିବା ପାଇଁ କୁହନ୍ତି । ଆଉ ଏହି ସେଭିଂସ୍ କାରଣରୁ ତାଙ୍କର ରୋଜଗାର ନ ହୋଇ ମଧ୍ୟ ଘରେ କୌଣସି ପ୍ରକାରର ଅସୁବିଧା ହୋଇନଥିଲା । ତେବେ ବେକିଙ୍କର ସେଭିଂସ୍ ଉପାୟ ପରିବାରକୁ ବି ବେଶ୍ ପସନ୍ଦ ଆସୁଛି । ବର୍ତ୍ତମାନ ସେ ସ୍ୱାମୀ ଓ ପୁଅ-ଝିଅଙ୍କ ସହିତ ରହୁଛନ୍ତି । ସେ ୨୫,୦୦୦ ପାଉଣ୍ଡର ଚାକିରି ଛାଡ଼ି ଗୋଟିଏ ହାଉସ୍ ୱାଇଫ୍ ପରି ରହୁଛନ୍ତି ।

Get real time updates directly on you device, subscribe now.