fbpx

ରାଜଧାନୀରୁ ୨୫୦୦ କୋଟିର ହେରୋଇନ୍ ସହ ୪ ଗିରଫ; ପାକିସ୍ତାନୀ ଲିଙ୍କ ସନ୍ଦେହ

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ ଧରଣର ଡ୍ରଗ ରାକେଟକୁ ରୋକିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ । ୩୫୪ କିଗ୍ରା ହେରୋଇନ୍ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୫ ଶହ କୋଟି ହେବ ବୋଲି ଆକଳନ କରାଯାଉଛି । ଏହି ଘଟଣାରେ ସ୍ୱତନ୍ତ୍ର ସେଲ୍ ହରିଆଣାର ୩ ଓ ଦିଲ୍ଲୀର ଜଣଙ୍କୁ ଗିରଫ କରିଛି ।

ସ୍ୱତନ୍ତ୍ର ସେଲ୍ ମୁଖ୍ୟ ନୀରଜ ଠାକୁରଙ୍କ ଅନୁଯାୟୀ ଏହି ରାକେଟରେ ପାକିସ୍ତାନୀ ଅର୍ଥ ଲାଗିଥିବାର ଆକଳନ କରାଯାଉଛି । ଏହା ସହିତ ଆତଙ୍କବାଦ ସହିତ ଏହାର ଲିଙ୍କ ଯାଞ୍ଚ କରାଯାଉଥିବା ପ୍ରକାଶ କରିଛନ୍ତି ନୀରଜ । ଏହି ଡ୍ରଗସ ଆଫଗାନିସ୍ତାନରୁ ସମୁଦ୍ର ପଥରେ ମୁମ୍ବାଇ ଅଣାଯାଉଛି । ମୁମ୍ବାଇରୁ କଣ୍ଟେନର ଜରିଆରେ ଦିଲ୍ଳୀ ଅଣାଯାଉଥିଲା । ମଧ୍ୟପ୍ରଦେଶର ଶିବପୁରୀରେ ହେରୋଇନ୍ ପ୍ରକ୍ରିୟାକରଣର କାରଖାନା ରହିଥିବା ବେଳେ ଫରିଦାବାଦରେ ଏକ ଗୋଦାମରେ ଏହାକୁ ରଖାଯାଉଥିଲା । ପରବର୍ତ୍ତୀ ସମୟରେ ଏହି ଡ୍ରଗସ ପଞ୍ଜାବ ଓ ରାଜସ୍ଥାନ ପଠାଯିବାର କାର୍ଯ୍ୟକ୍ରମ ଥିବା ଜଣା ପଡିଛି ।

Get real time updates directly on you device, subscribe now.