fbpx
BSKY
BJD SHG SKY
BJD MC SKY

ପୋକମିଶା ଖାଦ୍ୟର ଚାହିଦା ଅଧିକ, ରେଷ୍ଟୁରାଣ୍ଟକୁ ମିଳୁଛି ପ୍ରଶଂସା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: କୌଣସି ଖାଦ୍ୟ ବାସି କିମ୍ବା ଖରାପ ହୋଇଗଲେ ପୋକ ଲାଗିଯାଇଥାଏ । ସାଧାରଣତଃ ଖାଦ୍ୟରେ ପୋକ ଲାଗିଗଲେ ଆମେ ଏହାକୁ ଫିଙ୍ଗିଦେଉ । କିନ୍ତୁ କେବେ ଶୁଣିଛନ୍ତି କି ଏହିଭଳି ପୋକ ଲାଗିଥିବା ଖାଦ୍ୟକୁ ଲୋକେ ଖାଇବା ବିଷୟ? ଆଶ୍ଚର୍ଯ୍ୟ ହୁଅନ୍ତୁନି, ଆମେ ଆପଣଙ୍କୁ ଏଭଳି ଏକ ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଏହିଭଳି ପୋକ-ଯୁକ୍ତ ଖାଦ୍ୟ ଦିଆଯାଉଛି । ଆଉ ଲୋକେ ବଡ଼ ଆନନ୍ଦର ସହ ସେ ଖାଦ୍ୟ ଖାଉଛନ୍ତି ।

କଥାଟି ବିଶ୍ୱାସ ହେଉନଥିଲେ ବି ସତ । ଏଭଳି ରେଷ୍ଟୁରାଣ୍ଟ ରହିଛି ପ୍ୟାରିସରେ । ଆଉ ଏହି ରେଷ୍ଟୁରାଣ୍ଟରେ ମିଳୁଛି ପୋକ ଯୁକ୍ତ ଖାଦ୍ୟ । ଏହି ରେଷ୍ଟୁରାଣ୍ଟର ସେଫ ଲରେଣ୍ଟ ଭେୟେଟ ପ୍ରସ୍ତୁତ କରିଥାନ୍ତି ଏହିଭଳି କିଛି ପୋକ-ଯୁକ୍ତ ଖାଦ୍ୟ । ସେଫଙ୍କ ମେନ୍ୟୁରେ ରହିଛି ଏହିଭଳି କିଛି ପୋକ-ଯୁକ୍ତ ଖାଦ୍ୟର ନାଁ ଯାହକୁ ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହିଁ ହେବେ । ତେବେ ଲରେଣ୍ଟଙ୍କର ଏହି ଡିସକୁ ସ୍ୱୀକୃତି ମଧ୍ୟ ମିଳିଛି ଆଉ ଲୋକମାନେ ଏହା ଖାଇବା ସହ ପ୍ରଶଂସା ମଧ୍ୟ କରୁଛନ୍ତି ।

ଆପଣ ଭାବୁଥିବେ ଏହି ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । କିନ୍ତୁ ଏଠାରେ କହିରଖୁଛୁ ଯେ ଏହାକୁ ନେଇ ଇୟୁରୋପିଆନ ଫୁଡ ସେଫ୍ଟି ଏଜେନ୍ସି(ଇଏଫଏସଏ) ଦେଇଛି ବିଶ୍ୱସନୀୟ ପ୍ରମାଣପତ୍ର । କହିଛି ଯେ ଏହି ପୋକ ମଣିଷ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ନୁହେଁ । ତେଣୁ ନୂଆ ନୂଆ ଖାଦ୍ୟ ଖାଇବା ପାଇଁ ସଉକ ରଖୁଥିବା ଲୋକ ନିଶ୍ଚୟ ଏହି ଡିସକୁ ଖାଇପାରିବେ । ସେହିପରି ଲରେଣ୍ଟ କହିଛନ୍ତି ମିଲୱର୍ମ ପାସ୍ତା, ସ୍ୱିଟ ପୋଟାଟୋ ଆଣ୍ଡ୍ ଲାର୍ଭା ଭଳି ଖାଦ୍ୟ ପ୍ରଥମ କରି ଖାଇବା ଲୋକଙ୍କ ପାଇଁ ନିଶ୍ଚୟ ନିଆରା ଅନୁଭବ ହେବ ।

ଭବିଷ୍ୟତରେ ମିଲୱର୍ମ ବା ପୋକ ପ୍ରମୁଖ ଖାଦ୍ୟର ଉତ୍ସ ଭାବେ ବ୍ୟବହାର ହୋଇପାରେ ବୋଲି ମଧ୍ୟ ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଉଛି । ମିଲୱର୍ମର ଭରପୁର ପ୍ରୋଟିନ, ଫ୍ୟାଟ ଏବଂ ଫାଇବର ରହିଛି । ଲରେଣ୍ଟ ଏହି ମିଲୱର୍ମକୁ ଚାଷ କରିବା ସହ ରକ୍ଷଣାବେକ୍ଷଣ କରିଥାନ୍ତି ।

 

Get real time updates directly on you device, subscribe now.