fbpx

ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପୋଷାକରେ ରହୁନି ସଞ୍ଜମତା: ଲାଗିପାରେ ପୋଷାକ କଟକଣା! ଚିନ୍ତା ପ୍ରକଟ କଲେ ବରିଷ୍ଠ ସେବାୟତ

ପୁରୀ: ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କ ଉପରେ ଲାଗିପାରେ ପୋଷାକ କଟକଣା । ଦେଶ ବିଦେଶର ଅନେକ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅନେକ ପାଶ୍ଚାତ୍ୟ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ଆସୁଛନ୍ତି। ଯାହାକୁ ନେଇ ସେବାୟତମାନେ ପ୍ରଶ୍ନ ଉଠାଇବା ସହିତ ଏହାଦ୍ୱାରା ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ହେଉଥିବା କହିଛନ୍ତି । ବର୍ତ୍ତମାନର ଇଣ୍ଟରନେଟ୍ ଯୁଗରେ ଲୋକମାନେ ଭାରତୀୟ ପୋଷାକ ପରିପାଟ୍ଟି ଭୁଲି ପାଶ୍ଚାତ୍ୟ ପୋଷକା ପ୍ରେମରେ ପଡ଼ିଛନ୍ତି । ଆଗରୁ ଏହା କ୍ଲବ୍ ଆଉ ଫ୍ୟାସନ ସୋ’ରେ ସିମିତ ଥିବା ବେଳେ ବର୍ତ୍ତମାନ ଲୋକମାନେ ପାଶ୍ଚାତ୍ୟ ପୋଷାକ(ଛୋଟ ଛୋଟ ଡ୍ରେସ୍‌) ପରିଧାନ କରି ମନ୍ଦିରକୁ ମଧ୍ୟ ଆସୁଛନ୍ତି ।

ଯାହାକୁ ଦୃଷ୍ଟିରେ ରଖି ଏବେ ସେବାୟତ ତଥା ବୁଦ୍ଧିଜୀବିମାନେ ଭକ୍ତମାନଙ୍କର ପୋଷାକ ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି । ହେଲେ ଏହାକୁ କିଏ ଏବଂ କିଭଳି କାର୍ଯ୍ୟକାରୀ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି ଯେ, ପାଶ୍ଚାତ୍ୟ ପୋଷାକ ପରିଧାନ ଉପରେ କଟକଣା ନାହିଁ । ହେଲେ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭକ୍ତି ମନୋଭାବ ନେଇ ଆସିଥାନ୍ତି । ତେଣୂ ଭକ୍ତ ମଧ୍ୟ ନିଜକୁ ସଞ୍ଜମ ମନୋଭାବ ନେଇ ଉତ୍ତମ ପୋଷାକ ସହିତ ଏଠାକୁ ଆସିବା ଉଚିତ୍ ।

ଯେଉଁ ଭକ୍ତମାନେ ଏଭଳି ପୋଷକ ପିନ୍ଧି ଆସୁଛନ୍ତି ତାହା ନିନ୍ଦନୀୟ । ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ନେବା ଉଚିତ୍ । ଆବଶ୍ୟକ ପଡ଼ିଲେ ଏଭଳି ଭକ୍ତଙ୍କୁ ମନ୍ଦିରରୁ ବାହର କରିଦେବା ଦରକାର ବୋଲି ସେ କହିଛନ୍ତି । ଏମିତିକା ପୋଷାକ ପିନ୍ଧି ମନ୍ଦିରକୁ ଆସିଲେ ମନକୁ କଷ୍ଟ ହେଉଛି । ତେଣୁ ଶ୍ରିମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ନିତାନ୍ତ ଜରରି । ଏହା ସହିତ ମନ୍ଦିରରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ମଧ୍ୟ ଠିକ ପୋଷାକ ପିନ୍ଧି ଆସନ୍ତୁ ବୋଲି ଦାସମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.