fbpx

କାଳ ସାଜିଲା କୋଭିଡ଼ କଟକଣା, ଶ୍ରଦ୍ଧାଳୁଙ୍କୁ ଦେବୀଦର୍ଶନ ମନା

ସମ୍ବଲପୁର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାଳୟା ଦିନ ମା ସମଲେଶ୍ୱରୀଙ୍କ ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯାଇଛି । କିନ୍ତୁ ଶ୍ରଦ୍ଧାଳୁମାନେ ମାଆଙ୍କ ଧବଳମୁଖୀ ବେଶ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି । କୋଭିଡ଼ କଟକଣା ଲାଗୁ କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବାକୁ ଅନୁମତି ନାହିଁ । ଡ଼ିଜିଟାଲ ପ୍ଲାଟଫର୍ମରେ ଘରେ ରହି ମାଆଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ଯେଉଁମାନଙ୍କର ମାନସିକ ଦୀପ ଜାଳିବାର ଥିବ ସେମାନେ ପ୍ରଶାସନକୁ ପ୍ରଥମେ ଅନୁମତି ମାଗିବେ । ପ୍ରଶାସନର ଅନୁମତି ପରେ ଟ୍ରଷ୍ଟ ସେନେଇ ପରବର୍ତ୍ତୀ ପଦକ୍ଷେପ ନେବ ।

 

Get real time updates directly on you device, subscribe now.