fbpx

ମାନସ ସ୍ୱାଇଁ ହତ୍ୟା ମାମଲାରେ ୨ ଜଣ ଗିରଫ: ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଓଆଇଏସ ନିରଞ୍ଜନ ସେଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ୨ ଜଣକୁ ଗିରଫ କରିଛି ଚାନ୍ଦବାଲି ପୋଲିସ୍ । ଗିରଫ ହୋଇଥିବା ଦୁଇ ଜଣକ ମଧ୍ୟରେ ଅବସରପ୍ରାପ୍ତ ଓଆଇଏସ ଅଫିସର ନିରଞ୍ଜନ ସେଠୀ । ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଆଡିସନାଲ ଏସପି ଯତୀନ କୁମାର ପଣ୍ଡା  ।

୨ ଜଣକୁ ଗିରଫ ଏବଂ ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏସପି କହିଛନ୍ତି ଚାନ୍ଦବାଲି ଅଞ୍ଚଳରେ ଏହି ଘଟଣା ଜାଣିବା ପରେ ତିନି ଜଣକୁ ଗିରଫ କରାଯାଇଥିଲା । ଭଦ୍ରକ ଜିଲ୍ଲା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟାନକୁ ଭିତ୍ତିକରି ନୟାଗଡ଼ ଅଞ୍ଚଳର ଏକ ପାହାଡ଼ ତଳୁ ମାନସ ସ୍ୱାଇଁଙ୍କ ମରଶରୀର ଉଦ୍ଧାର କରିଥିଲା ଏବଂ ତଦନ୍ତ ଜାରି ରହିଥିବା ସମୟରେ ଆଜି ଆଉ ୨ ଜଣକୁ ଗିରଫ କରାଯାଇଛି ।

ଗିରଫ ହୋଇଥିବା ୨ ଜଣକ ମଧ୍ୟରେ ରହିଛନ୍ତି ଅବସରପ୍ରାପ୍ତ ଓଆଇଏସ ନିରଞ୍ଜନ ସେଠୀ ସେହିଭଳି ଅନ୍ୟ ଜଣେ ଅଭିଯୁକ୍ତ ରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ନିରଞ୍ଜନ ସେଠୀ ହତ୍ୟାର ଷଡ଼ଯନ୍ତ୍ର କରିବା ମୃତଦେହ ନଷ୍ଟ କରିବାରେ ସଂପୃକ୍ତି ଅଛି । ଏହି ଦୁଇ ଜଣ ଘଟଣା ସ୍ଥଳରେ ଉପସ୍ଥିତ ଥିବା ନେଇ ପ୍ରମାଣ ରହିଛି ଏବଂ ମାନସ ସ୍ୱାଇଁକୁ ମାଡ଼ ମାରିବାରେ ନିର୍ଯ୍ୟାତନା ଦେବାରେ ସେମାନେ ଭୂମିକା ଥିଲେ ।

ଏବେବି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ତଦନ୍ତ ଜାରି ରହିଛି ଖୁବ୍ ଶୀଘ୍ର ଶର୍ମିଷ୍ଠା ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରାଯିବ । ସେମାନଙ୍କ ସନ୍ଧାନ ଜାରି ରହିଛି । ଚିପ୍ କୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି । ଚିପ୍ ମିଳିବା ପରେ ଜଣାପଡ଼ିବ ଚିପ୍ ରେ କ’ଣ ରହିଛି । ପାଲିସ ଉପରେ କୌଣସି ଚାପ ନାହିଁ । ତଦନ୍ତ ଚାଲିଛି ଯେଉଁମାନଙ୍କ ସଂପୃକ୍ତି ଜଣାପଡ଼ିବ ସେମାନଙ୍କୁ ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି ଆଡିସନାଲ ଏସପି ।

 

Get real time updates directly on you device, subscribe now.