fbpx
BSKY
BJD SHG SKY
BJD YOUTH SKY

କର୍ମଚାରୀଙ୍କ ପାଇଁ ଖୁସିଖବର! ଅବସର ବୟସ ସହ ବଢ଼ିପାରେ ପେନସନ୍ ରାଶି, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: କର୍ମଚାରୀମାନଙ୍କୁ ଖୁବଶୀଘ୍ର ଖୁସିଖବର ଦେଇପାରନ୍ତି କେନ୍ଦ୍ର ସରକାର । କର୍ମଚାରୀଙ୍କ ଅବସର ବୟସ ଓ ପେନସନ୍ ରାଶି ବଢ଼ାଇବା ଉପରେ ସରକାର ଯୋଜନା କରୁଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ସମିତି ପକ୍ଷରୁ ଏହି ପ୍ରସ୍ତାବ ପଠାଯାଇଛି । ଏଥିରେ ଦେଶରେ ଲୋକଙ୍କ କାମ କରିବା ବୟସ ବଢ଼ାଇବାକୁ କୁହାଯାଇଛି । ଏହା ସହ ଦେଶରେ ଅବସର ବୟସ ବଢ଼ାଇବା ସହ ୟୁନିଭର୍ସାଲ ପେନସନ୍ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିବା ଉଚିତ୍ ବୋଲି କମିଟି କହିଛି ।

କମିଟିର ରିପୋର୍ଟ ଅନୁସାରେ, ଏହି ପରାମର୍ଶ ଅନୁଯାୟୀ କର୍ମଚାରୀଙ୍କୁ ପ୍ରତିମାସରେ ଅତି କମରେ ୨୦୦୦ ଟଙ୍କା ପେନସନ୍ ଦିଆଯିବା ଉଚିତ୍ । ଦେଶର ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଅର୍ଥନୈତିକ ପରାମର୍ଶଦାତା କମିଟି ଉନ୍ନତ ବ୍ୟବସ୍ଥା କରିବାକୁ ସୁପାରିଶ କରିଛି ।

ଏହି ରିପୋର୍ଟରେ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଦକ୍ଷତା ବିକାଶ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । କୁହାଯାଇଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏପରି ନୀତି ପ୍ରସ୍ତୁତ କରିବା ଉଚିତ୍ ଯାହାଦ୍ୱାରା ଦକ୍ଷତା ବିକାଶ ହୋଇପାରିବ । ଏହି ପ୍ରୟାସରେ ଅସଂଗଠିତ କ୍ଷେତ୍ର, ଦୁର୍ଗମ ଅଞ୍ଚଳ, ଶରଣାର୍ଥୀ, ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ସାମିଲ କରିବା ଉଚିତ, ଯେଉଁମାନଙ୍କର ପ୍ରଶିକ୍ଷଣ ପାଇବା ପାଇଁ ମାଧ୍ୟମ ନାହିଁ, କିନ୍ତୁ ସେମାନେ ଟ୍ରେଣ୍ଡ ହେବା ଆବଶ୍ୟକ ।

Get real time updates directly on you device, subscribe now.