fbpx

ରାସନ କାର୍ଡରେ ତୁରନ୍ତ କରନ୍ତୁ ଏହି ଅପଡେଟ, ସବୁବେଳେ ମିଳି ରାସନ: ଜାଣନ୍ତୁ ସହଜ ପ୍ରକ୍ରିୟା

ନୂଆଦିଲ୍ଲୀ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କ ମୋବାଇଲ ନମ୍ବର ବଦଳିଛି, ତେବେ ଏହାକୁ ତକ୍ରାଳ ରାସନ କାର୍ଡରେ ଅପଡେଟ କରନ୍ତୁ । ଯଦି ଆପଣ ରାସନ କାର୍ଡରେ ମୋବାଇଲ ନମ୍ବର ଭୁଲ ଦିଅନ୍ତି ବା ନମ୍ବର ବଦଳାଇଛନ୍ତି ଓ କାର୍ଡ ଅପଡେଟ ହୋଇନାହିଁ, ତେବେ ଆପଣଙ୍କୁ ରାସନ ନେବାରେ ସମସ୍ୟା ହୋଇପାରେ । ତେବେ କିପରି ଆପଣ କିପରି ମୋବାଇଲ୍ ନମ୍ବରକୁ ରାସନ କାର୍ଡରେ ଅପଡେଟ୍ କରିବେ, ଆସନ୍ତୁ ଜାଣିବା…

ରାସନ କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ କରିବା ବହୁତ ସହଜ । ଆପଣ ଘରେ ଅତି ସହଜରେ ଏହା କରିପାରିବେ ।

୧ – ପ୍ରଥମେ ଆପଣ ଏହି ସାଇଟ https://nfs.delhi.gov.in/Citizen/UpdateMobileNumber.aspxକୁ ଯାଆନ୍ତୁ ।
୨ – ଏବେ ଏଠାରେ ଏକ ପେଜ୍ ଖୋଲିବ, ଯେଉଁଠାରେ ଆପଣ Update Your Registered Mobile Number ଲେଖା ଥିବା ଦେଖିବାକୁ ପାଇବେ ।
୩ – ବର୍ତ୍ତମାନ ଏଥିରେ ଆପଣ ନିଜର ଡାଟା ଦେବେ ।
୪ – ଏଠାରେ ପ୍ରଥମ କଲମରେ Aadhaar Number of Head of Household/NFS IDଲେଖନ୍ତୁ ।
୫ – ଦ୍ୱିତୀୟ କଲମରେ Ration card Noଲେଖନ୍ତୁ ।
୬ – ତୃତୀୟ କଲମରେ Name of Head of Household ଲେଖନ୍ତୁ ।
୭ – ଶେଷ କଲମରେ ଆପଣ ନିଜର ନୂଆ ମୋବାଇଲ୍ ନମ୍ବର ଲେଖନ୍ତୁ ଓ ଏହାକୁ ସେଭ୍ କରନ୍ତୁ ।
୮ – ଏବେ ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ ହୋଇଯିବ ।

ତେବେ କେନ୍ଦ୍ର ସରକାର ଅନେକ ରାଜ୍ୟରେ ମାଗଣା ରାସନ ଦେଉଛନ୍ତି । ଏହି ଅଧିନରେ ଦିଲ୍ଲୀ-ଏନସିଆରେ ବି ‘ୱାନ ନେସନ ୱାନ୍ ରାସନ କାର୍ଡ ଯୋଜନା’ ଲାଗୁ ହେବା ପରେ ଅନ୍ୟ ରାଜ୍ୟର ଲୋକଙ୍କୁ ବି ମାଗଣାରେ ରାସନ ମିଳୁଛି । ଏହା ବ୍ୟତୀତ ପୂର୍ବରୁ ୟୁପି, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡଖଣ୍ଡରେ ରାସନ କାର୍ଡ ନଥାଇ ବି ମାଗଣାରେ ରାସନ ମିଳୁଛି ।

Get real time updates directly on you device, subscribe now.