fbpx

ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତା: ପ୍ରଥମ ୧୦ ସ୍ଥାନରେ ଇଶାନ କିଶାନ

ଦୁବାଇ: ଭାରତୀୟ ଟି-୨୦ କ୍ରିକେଟ ଦଳର ଅନ୍ୟତମ ଯୁବ ୱିକେଟ କି ର ବ୍ୟାଟର ଇଶାନ କିଶାନ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଭଲ ବ୍ୟାଟିଂ କରି ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ବଡ ଉନ୍ନତି ଆଣି ପାରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ତିନି ମ୍ୟାଚ ଖେଳି ୧୬୪ ରନ କରିବା ସହ ଆଇସିସି ମାନ୍ୟତାର ୬୮ତମ ସ୍ଥାନ ଉପରକୁ ଉଠି ସଂପ୍ରତି ଭାରତର ଏକମାତ୍ର ବ୍ୟାଟର ଭାବେ ପ୍ରଥମ ୧୦ ବ୍ୟାଟରଙ୍କ ମଧ୍ୟରେ ସ୍ଥାନୀତ ହୋଇ ପାରିଛନ୍ତି ।

ଭାରତୀୟ ଦଳର ଓପନର କେଏଲ ରାହୁଲ ୧୪ତମ ସ୍ଥାନରେ ଥିବା ବେଳେ ଶେୟସ ଆୟାର ଓ ରୋହିତ ଶର୍ମା ତଳକୁ ଖସି ୧୬ ଓ ୧୭ତମ ସ୍ଥାନରେ ଅଛନ୍ତି । ବିରାଟ କୋହଲି ଲଗାତର ବିଫଳ ହୋଇ ଆସୁଥିବା ବେଳେ ଆଇସିସି ମାନ୍ୟତାର ୨୧ତମ ସ୍ଥାନରେ ପହଞ୍ଚିଛନ୍ତି । ବୋଲିଂ ମାନ୍ୟତାରେ ଭୁବନେଶ୍ୱର କୁମାର ୧୧ ଓ ଚହଲ ୨୬ତମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆର ଜୋସ ହାଜେଲଉଡ୍‌ ବୋଲିଂରେ ପ୍ରଥମ ସ୍ଥାନ ବଜାୟ ରଖିପାରିଛନ୍ତି । ଟେଷ୍ଟ କ୍ରିକେଟ ମାନ୍ୟତରେ ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ ଅଲରାଉଣ୍ଡର ମାନ୍ୟତାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ ଅଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲି ପୂର୍ବରି ୭ ଓ ୧୦ ସ୍ଥାନରେ ଥିବା ବେଳେ ଇଂଲଣ୍ଡର ଜୋ ରୁଟ୍‌ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଶତକ ଅର୍ଜନ କରି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖି ପାରିଛନ୍ତି ।

Get real time updates directly on you device, subscribe now.