fbpx

ଦେଶବାସୀଙ୍କୁ ମୋଦୀଙ୍କ ବଡ଼ ଉପହାର! ବଢ଼ିବ Retirement ବୟସ ଓ Pension ଅର୍ଥ, ଜାଣନ୍ତୁ ସରକାରଙ୍କ ଯୋଜନା ବିଷୟରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ନରେନ୍ଦ୍ର ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଦେଶରେ ରିଟାୟାରମେଣ୍ଟ ବୟସ ଓ ୟୁନିଭରସାଲ ପେନସନ ସିଷ୍ଟମ ଲାଗୁ ହୋଇପାରେ । ଯଦି ଏପରି କିଛି ନୂଆ ଯୋଜନା ଲାଗୁ ହୁଏ, ତେବେ କର୍ମଚାରୀଙ୍କୁ ଅତିକମରେ ୨ ହଜାର ଟଙ୍କାର ପେନସନ ମିଳିବ । ପିଏମ ଆର୍ଥିକ ପରାମର୍ଶଦାତା ସମିତି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏପରି ପ୍ରସ୍ତାବ ଦିଆଯାଇଛି ।

ରିପୋର୍ଟ ମୁତାବକ, ଆର୍ଥିକ ପରାମର୍ଶଦାତା ସମିତି ପକ୍ଷରୁ ଦେଶରେ ସିନିୟର ସିଟିଜେନଙ୍କ ସୁରକ୍ଷା ପାଇଁ ଲାଭଜନକ ବ୍ୟବସ୍ଥା ପ୍ରଚଳନ ନେଇ ସୁପାରିଶ କରାଯାଇଛି । କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ାଇବାକୁ ହେଲେ ସେବାନିବୃତଙ୍କ ବୟସ ବଢ଼ାଇବାର ଆବଶ୍ୟକତା ରହିଛି । ସାମାଜିକ ସୁରକ୍ଷା ପ୍ରଣାଳୀ ଉପରେ କମ୍ ଚାପ ଉଦ୍ଦେଶ୍ୟରେ ଏପରି କିଛି ପଦକ୍ଷେପ ନିଆଯାଇପାରେ । ରିପୋର୍ଟରେ ୫୦ରୁ ଅଧିକ ବୟସ୍କଙ୍କ ପାଇଁ ସ୍କିଲ ଡେଭଲପମେଣ୍ଟ ଉପରେ ପ୍ରସ୍ତାବ ଦିଆଯାଇଛି ।

କେନ୍ଦ୍ର ଓ ରାଜ୍ୟ ସରକାର କୌଶଳ ବିକାଶ ନେଇ ନୀତି ପ୍ରଣୟନ କରିବା ଜରୁରୀ । ଅସଂଗଠିତ କ୍ଷେତ୍ର, ଦୂରଦୂରାନ୍ତରେ ରହୁଥିବା ଲୋକ, ଶରଣାର୍ଥୀ, ପ୍ରବାସୀଙ୍କୁ ଏଥିରେ ସାମିଲ କରିବା ଉଚିତ । ଏହାଫଳରେ ସେମାନେ ଉପଯୁକ୍ତ ଟ୍ରେନିଂ ପାଇପାରିବେ । ୨୦୧୯ ବିଶ୍ୱ ଜନସଂଖ୍ୟା ପ୍ରସପେକ୍ଟସ ମୁତାବକ, ୨୦୫୦ ସୁଦ୍ଧା ଭାରତରେ ପାଖାପାଖି ୩୨ କୋଟି ସିନିୟର ସିଟିଜେନ ବାହାରିବେ । ଅର୍ଥାତ ଦେଶର ୧୯.୫ ପ୍ରତିଶତ ବ୍ୟକ୍ତି ସେବାନିବୃତ ବର୍ଗରେ ରହିବେ । ୨୦୧୯ରେ ଦେଶରେ ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଅର୍ଥାତ୧୪ କୋଟି ବରିଷ୍ଠ ନାଗରିକ ରହିଥିଲେ ।

Get real time updates directly on you device, subscribe now.