fbpx

ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଜିଠୁ ଆରମ୍ଭ ପଞ୍ଜୀକରଣ

ଭୁବନେଶ୍ୱର, ୨୪ା୪(ଓଡ଼ିଶା ଭାସ୍କର):ଦେଶ ଓ ରାଜ୍ୟ ଲକ୍ ଡାଉନ ଥିବାରୁ ବାହାରେ ଓଡ଼ିଆମାନେ ଫସି ରହିଛନ୍ତି । ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଇଛି । ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ପଞ୍ଜୀକରଣ । ଓଡ଼ିଶାକୁ ଆସିବା ଆଗରୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । https://covid19.odisha.gov.in ସାଇଟରେ ପଞ୍ଜୀକରଣ ହୋଇପାରିବ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପଞ୍ଜୀକରଣର ସୁବିଧା ଅଛି । ପଞ୍ଜୀକୃତ ବ୍ୟକ୍ତି ପଞ୍ଚାୟତରେ ୧୪ଦିନ କ୍ୱାରେଣ୍ଟାଇନରେ ରହିବେ । କ୍ୱାରେଣ୍ଟାଇନ ସମୟରେ ଥିବା ବେଳେ ଅଲିଭା କାଳିର ଷ୍ଟାମ୍ପ ହାତରେ ଲଗାଯିବ ।

Get real time updates directly on you device, subscribe now.