fbpx
BJD SKY
BJD SKY

ତେଲେଙ୍ଗାନାର ତୃତୀୟ ମୁଖ୍ୟମନ୍ତ୍ରୀ ହେଲେ ରେବନ୍ତ ରେଡ୍ଡୀ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମଲ୍ଲୁ ଭଟ୍ଟୀ

BJD

ତେଲେଙ୍ଗାନା: ଚାରି ଦିନର କଥାବାର୍ତ୍ତା ପରେ ରେବନ୍ତ ରେଡ୍ଡୀ ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକଙ୍କ ଉପସ୍ଥିତିରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନ୍ ରାବନ୍ତ ରେଡ୍ଡୀଙ୍କୁ ଶପଥ ପାଠ କରାଇଛନ୍ତି। ଲୋକମାନେ ଏହି ବିଶେଷ ଉତ୍ସବକୁ ବହୁ ଆନନ୍ଦର ସହ ପାଳନ କରିଛନ୍ତି।

ରେଲୁ ରେଡ୍ଡୀଙ୍କ ସହ ମଲ୍ଲୁ ଭଟ୍ଟୀ ବିକ୍ରମାର୍କ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ବ୍ୟତୀତ ନଲମଦା ଉତ୍ତମ କୁମାର ରେଡ୍ଡୀ, ସୀ.ଦାମୋଦର ରାଜନରସିମାହା, କୋମାଟିରେଡ୍ଡୀ ବେଙ୍କଟ ରେଡ୍ଡୀ, ଡୁଡିଲ୍ଲା ଶ୍ରୀଧର ବାବୁ, ପୋଙ୍ଗୁଲେଟୀ ଶ୍ରୀନିବାସ ରେଡ୍ଡୀ, ପୋନ୍ନମ ପ୍ରଭାକର, କୋଣ୍ଡା ସୁରେଖା, ଡି. ଅନସୂୟା ସୀତାକ୍କା, ତୁମ୍ମଲା ନାଗେଶ୍ୱର ରାଓ, ଜୁପଲ୍ଲୀ କୃଷ୍ଣା ରାଓ, ଗଛାମ ପ୍ରସାଦ କୁମାର କ୍ୟାବିନେଟ ମିନିଷ୍ଟର ଭାବେ ଶପଥ ପାଠ କରିଛନ୍ତି ।

ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଦୀପେନ୍ଦ୍ର ହୁଡାଙ୍କ ପରି ବୟୋଜ୍ୟଷ୍ଠ ବ୍ୟକ୍ତି ସାମିଲ ଥିଲେ । ଏହା ବ୍ୟତୀତ କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ ସିପିଆଇ ମହାସଚିବ ଡି. ରାଜା ରେବନ୍ତ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.