fbpx

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାର ପ୍ରତିଶୋଧ, ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

AAKASH

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁପଓ୍ଵାଡା ଏବଂ ସୋପୋରରେ ଭିନ୍ନ ଭିନ୍ନ ଦୁଇଟି ଏନକାଉଣ୍ଟରରେ ସୁରକ୍ଷାବଳ ତିନି ଆତଙ୍କବାଦୀଙ୍କ ନିପାତ କରିଛନ୍ତି। ସୋପୋର ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏକେ-୪୭ ରାଇଫଲ ଏବଂ ୫ ମ୍ୟାଗଜିନ ଜବତ ହୋଇଛି। ଆତଙ୍କବାଦୀର ନାଁ ହଞ୍ଜାଲା। ତାର ନିହତ ସୁରକ୍ଷାବଳ ପାଇଁ ବଡ ସଫଳତା ହୋଇଛି। ଅନ୍ୟପଟେ କୁପଓ୍ଵାଡାରେ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ସୁରକ୍ଷାବଳଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଏଥିରୁ ଜଣେ ଆତଙ୍କବାଦୀ ପାକିସ୍ତାନର ବାସିନ୍ଦା ବୋଲି ଜଣା ପଡିଛି।

ଏହି ପରି ସୁରକ୍ଷାକର୍ମୀ କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ ଏବଂ ଅଭିନେତ୍ରୀ ଆମରିନ ଭଟ୍ଟଙ୍କ ହତ୍ୟାର ପ୍ରତିଶୋଧ ନେଇ ପାରିଛି। କାଶ୍ମୀର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି କାଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାରେ ସାମିଲ୍ ଦୁଇ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଯବାନଙ୍କ ଗୁଳିରେ ନିହତ ହୋଇଛି। ଆଉ ଜଣଙ୍କ ସନ୍ଧାନରେ ସୁରକ୍ଷାବଳ ଜୁଟିଛନ୍ତି। ଏହା ବ୍ୟତୀତ ଆମରିନ ଭଟ୍ଟଙ୍କ ହତ୍ୟାକାରୀ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ଇଲାକାଇ ଦେହାତୀ ବ୍ୟାଙ୍କର ପ୍ରବନ୍ଧକ ବିଜୟ କୁମାରଙ୍କ ହତ୍ୟା କରିଥିବା ଆତଙ୍କବାଦୀଙ୍କ ଚିହ୍ନଟ ହୋଇ ସାରିଛି। ତାକୁ ଶୀଘ୍ର ଗିରଫ କରାଯିବ କିମ୍ବା ଏନକାଉଣ୍ଡର କରାଯିବ ବେଲାି ଆଇଜି ବିଜୟ କୁମାର କହିଛନ୍ତି।

ପୋଲିସ ଅନୁଯାୟୀ ନିହତ ଦୁଇ ଆତଙ୍କବାଦୀ ଲସ୍କର ଇ ତୋଇବାର ସଦସ୍ୟ ଥିଲେ। ଏନକାଉଣ୍ଟରର ସୂଚନା ଦେଇ ପୋଲିସ କହିଛନ୍ତି ଯେ, ଆମକୁ କୁପଓ୍ଵାଡାର ଚକତାରା କଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଛପି ରହିଥିବା ସୂଚନା ମିଳିଥିଲା। ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରତିଜବାବରେ ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତକ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ପରିଚୟ ତୁଫୈଲ ବୋଲି ଆଇଜି କହିଛନ୍ତି।

Get real time updates directly on you device, subscribe now.