fbpx
BSKY
BJD SHG SKY
BJD YOUTH SKY

ବିଶ୍ୱରେ ଏହି ଦୁର୍ଲଭ ଫୁଲ କେବଳ ମଣିପୁରରେ ଫୁଟିଥାଏ: ଯାହାକୁ ନେଇ ସରକାର ପାଳନ୍ତି ଉତ୍ସବ

ଇମ୍ଫାଲ୍ : ଭାରତର ମଣିପୁର ରାଜ୍ୟରେ ଏପରି ଏକ ଦୁର୍ଲଭ ଓ ଲୁପ୍ତପ୍ରାୟ ଫୁଲ ଫୁଟିଥାଏ, ଯାହାକୁ ନେଇ ରାଜ୍ୟ ସରକାର ଉତ୍ସବ ପାଳନ କରନ୍ତି । ଏହି ଫୁଲକୁ ଶିରୁଇ ଲିଲି କୁହାଯାଏ, ଯାହାକି ଉଖରୁଲର ସବୁଠାରୁ ଉଚ୍ଚ ପାହାଡର ଶିଖରରେ ଫୁଟିଥାଏ । ଏହି ଖାସ୍ ଫୁଲ ସେଠାରେ ମେ’ର ଶେଷ ସପ୍ତାହ ଓ ଜୁନର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଫୁଟିଥାଏ । ଏହି ଫୁଲଗୁଡ଼ିକ ଫୁଟିବା ସମୟରେ ସ୍ୱାଗତ କରିବା ତଥା ରାଜ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପର୍ଯ୍ୟଟନ ବିଭାଗ ପ୍ରତିବର୍ଷ ଶିରୁଇ ଲିଲି ଫେଷ୍ଟିଭାଲର ଆୟୋଜନ କରିଥାଏ ।

Shirui Kashong peak of Ukhrul - YouTube

ଏହି ସାଂସ୍କୃତିକ ପର୍ବ ପୂର୍ବରୁ ଶିରୁଇ ପାହାଡର ସ୍ଥାନୀୟ ଆଦିବାସୀମାନଙ୍କ ଦ୍ୱାରା ଆୟୋଜିତ କରାଯାଉଥିଲା । କିନ୍ତୁ ୨୦୧୭ ରେ ମଣିପୁର ସରକାର ଶିରୁଇ ଲିଲିର ମହତ୍ତ୍ୱକୁ ସ୍ୱୀକୃତି ଦେଇଥିଲେ ଏବଂ ଏହି ଫୁଲକୁ ସମ୍ମାନ ଜଣାଇବା ପାଇଁ ସ୍ଥାନୀୟ ପର୍ବକୁ ରାଜ୍ୟ ମହୋତ୍ସବ ଭାବରେ ପାଳନ କରିବା ଆରମ୍ଭ କରିଥିଲେ ।

दुनिया में सिर्फ मणिपुर में खिलता है ये दुर्लभ फूल, सरकार मनाती है महोत्सव

ମଣିପୁରର ରାଜଧାନୀ ଇମ୍ଫାଲ୍ ପ୍ରାୟ ୮୩ କିଲୋମିଟର ଦୂରରେ ରହିଛି ହିଲ୍ ଷ୍ଟେସନ, ଯେଉଁଠାରେ ଶିରୁଇ ଲିଲି ଫୁଲ ଫୁଟିଥାଏ । ଶିରୁଇ ଲିଲି ହେଉଛି ଏକ ଉଦ୍ଭିଦ ଯାହା ଦୁନିଆର ଅନ୍ୟ କୌଣସି ସ୍ଥାନରେ ଲଗାଯାଇପାରିବ ନାହିଁ । ଭାରତ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଶିରୁଇ ଲିଲି ଫୁଲକୁ ଦେଖିବା ପାଇଁ ମଣିପୁରର ସର୍ବୋଚ୍ଚ ପାହାଡକୁ ଯାତ୍ରା କରନ୍ତି ।

Get real time updates directly on you device, subscribe now.