fbpx

HDFC ବ୍ୟାଙ୍କ ଗ୍ରାହକଙ୍କୁ ଝଟକା: ବଢ଼ିଲା ଋଣଦର, ମହଙ୍ଗା ହେବ EMI

ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ  ଗ୍ରାହକଙ୍କୁ ବଡ଼ ଝଟକା । ବ୍ୟାଙ୍କ ମାର୍ଜିନ କଷ୍ଟ୍ ଅଫ୍ ଲେଣ୍ଡିଂ ରେଟ୍(ଏମସିଏଲଆର) ବା ଋଣଦର ୩୫ ବେସିସ ପଏଣ୍ଟ ବା ୦.୩୫ ପ୍ରତିଶତ ବୃଦ୍ଧି କରିଛି । ଏଚଡିଏଫସି ବ୍ୟାଙ୍କର ନୂଆ ଦର ୭ ଜୁନ୍ ୨୦୨୨ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି । ଏହା ପୂର୍ବରୁ ଆରବିଆଇ ବୈଠକର ଫଳାଫଳ ଜାରି ହେବା ପୂର୍ବରୁ ସୋମବାର କାନାରା ବ୍ୟାଙ୍କ ଏବଂ କରୁର ବୈଶ୍ୟ ବ୍ୟାଙ୍କ ମଧ୍ୟ ଏହାର ଲେଣ୍ଡିଂ ରେଟରେ ପରିବର୍ତ୍ତନ କରିଥିଲା ।

ବ୍ୟାଙ୍କର ୱେବସାଇଟ୍ ଅନୂଯାୟୀ ଓଭରନାଇଟ୍ ଲୋନ ପାଇଁ ଏମସିଏଲଆର ୭.୧୫ ପ୍ରତିଶତରୁ ବଢ଼ି ଏବେ ୭.୫୦ ପ୍ରତିଶତ ହୋଇଛି । ଏହାସହ ଗୋଟିଏ ମାସର ଏମସିଏଲଆର ବଢ଼ି ଏବେ ୭.୫୫ ପ୍ରତିଶତ ଏବଂ ତିନି ମାସ ପାଇଁ ୭.୬୦ ପ୍ରତିଶତ ହୋଇଛି । ସେହିପରି ୬ ମାସର ଏମସିଏଲଆର ୭.୩୫ ପ୍ରତିଶତ ବଢ଼ି ୭.୭୦ ପ୍ରତିଶତ, ଏକ ବର୍ଷ ପାଇଁ ୭.୮୫ ପ୍ରତିଶତ, ୨ ବର୍ଷ ପାଇଁ ୭.୯୫ ପ୍ରତିଶତ ଏବଂ ୩ ବର୍ଷ ପାଇଁ ଏମସିଏଲଆର ବଢ଼ି ୮.୦୫ ପ୍ରତିଶତ ହୋଇଛି । ଅଧିକାଂଶ ଲୋକେ ଏକ ବର୍ଷର ଅବଧି ଥିବା ଏମସିଏଲଆର ସହ ଜଡ଼ିତ ରହିଥାନ୍ତି ।

ଏଚଡିଏଫସି ଗୋଟିଏ ସପ୍ତାହରେ ଦ୍ୱିତୀୟଥର ଲେଣ୍ଡିଂ ରେଟରେ ପରିବର୍ତ୍ତନ କରିଛି । ଏହା ପୂର୍ବରୁ ବ୍ୟାଙ୍କ ୧ ଜୁନ୍ ୨୦୨୨ ରେ ହୋମ ଲୋନର ରିଟେଲ ପ୍ରାଇମ ଲେଣ୍ଡିଂ ରେଟରେ ୫ ବେସିସ ପଏଣ୍ଟ ବୃଦ୍ଧି କରିଥିଲା ।

ଏମସିଏଲଆର ବୃଦ୍ଧିର ପ୍ରଭାବ ସବୁ ପ୍ରକାର ଲୋନ ଉପରେ ପଡ଼ିଥାଏ । ଏମସିଏଲଆର ବଢ଼ିବା ଯୋଗୁଁ, ହୋମ ଲୋନ୍, କାର୍ ଲୋନ୍ ଏବଂ ଅନ୍ୟ ସବୁ ପ୍ରକାର ରିଟେଲ ଲୋନ ମହଙ୍ଗା ହୋଇଥାଏ । ଏମସିଏଲ କୌଣସି ବ୍ୟାଙ୍କର ରେଫରେନ୍ସ ରେଟ୍ ହୋଇଥାଏ ଯାହାଦ୍ୱାରା ହୋମ ଲୋନର ସର୍ବନିମ୍ନ ଦର ନିର୍ଦ୍ଧାରିତ ହୋଇଥାଏ । ଏମସିଏଲଆର ରେଟର ଆରମ୍ଭ ୨୦୧୬ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ କରିଥିଲା ।

Get real time updates directly on you device, subscribe now.