fbpx

ସ୍କୁଲରେ ଉଡିଲା ଓଲଟା ତ୍ରିରଙ୍ଗା

ମାଲକାନଗିରି , ୧୬ା୮(ଓଡ଼ିଶା ଭାସ୍କର) :୭୪ ତମ ସ୍ବାଧୀନତା ଦିବସ ପାଳନ ବେଳେ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ଅନ୍ତର୍ଗତ କୁସୁମପୁଟ ପ୍ରକଳ୍ପ ବିଦ୍ୟାଳୟରେ। କୋଭିଡ କଟକଣା ଯୋଗୁ କେବଳ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକ ରହି ଜାତୀୟ ପତାକା ଉତ୍ତୋଳନ ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିଲା। ତେବେ କୁସୁମପୁଟ ବିଦ୍ୟାଳୟର ସ୍କୁଲ କର୍ତ୍ତୃପକ୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଜାତୀୟ ପତାକାକୁ ଓଲଟା ଉଡ଼ାଇଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.