fbpx

‘ଆଜି ଫାଇନାଲ କଥା’, ଆନ୍ଦୋଳନକାରୀ ଡାକ୍ତରଙ୍କୁ ଡକାଇଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାର ଆନ୍ଦୋଳନକାରୀ ଜୁନିୟର ଡାକ୍ତରଙ୍କୁ ଶେଷଥର ପାଇଁ କଥା ହେବାକୁ ନିମନ୍ତ୍ରଣ କରିଛନ୍ତି। ବୈଠକର ଲାଇଭ ଷ୍ଟ୍ରିମିଙ୍ଗରେ ଅସହମତି କାରଣରୁ ପୂର୍ବରୁ ହୋଇଥିବା ଆଲୋଚନା ବିଫଳ ହେବାପରେ ଏହି ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ସଚିବ ମନୋଜ ପନ୍ତ ଡାକ୍ତରଙ୍କୁ ଏକ ଇମେଲ ପଠାଇ ସୋମବାର ଦିନ ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତା ସ୍ଥିତ ଆବାସକୁ ଭଟେିବା ପାଇଁ କହିଛନ୍ତି।

ମନୋଜ ପନ୍ତ ଇମେଲରେ ଲେଖିଛନ୍ତି ଯେ, ଏହି ପଞ୍ଚମ ଏବଂ ଶେଷଥର ପାଇଁ ଆମେ ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧୀଙ୍କ ମଧ୍ୟରେ ବୈଠକ ପାଇଁ ଆପଣଙ୍କ ସହ ଯୋଗାଯୋଗ କରୁଛୁ। ଗୋଟିଏ ଦିନ ପୂର୍ବରୁ ଆମ ଚର୍ଚ୍ଚା ହୋଇଥିଲା, ଆମେ ପୁଣିଥରେ ଆପଣଙ୍କୁ ଖୋଲାଖୋଲି ଭାବେ କଥା ହେବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ କାଳିଘାଟ ସ୍ଥିତ ଆବାସରେ ବୈଠକ ପାଇଁ ନିମନ୍ତ୍ରଣ କରୁଛୁ।

Get real time updates directly on you device, subscribe now.