fbpx
BJD
BJD SKY
BJD SKY

Video: ଆମେରିକାରେ ଚାଉଳ କିଣିବା ପାଇଁ ଛୁଟି ନେଇ ଗ୍ରୋସୋରି ଦୋକାନ ଆଗରେ ଲାଇନ୍ ଲଗାଇଲେ ଲୋକେ

ନୂଆଦିଲ୍ଲୀ: ଭାରତ ସରକାର ଅଣ ବାସୁମତି ଚାଉଳ ରପ୍ତାନୀ ଉପରେ ବ୍ୟାନ୍ ଲାଗଇବା ପରେ ବିଶ୍ୱର ଅନେକ ଦେଶର ଚାଉଳ ସଙ୍କଟର ସମ୍ମୁଖିନ ହୋଇପାରନ୍ତି । ସଦ୍ୟ ଉଦାହରଣ ଏବେ ବିଶ୍ୱଶକ୍ତି ଆମେରିକାରୁ ଆସିଛି । ଯେଉଁଠାରେ ଲୋକମାନେ ଚାଉଳ ସଙ୍କଟ ସୃଷ୍ଟି ଆଶଙ୍କାରେ ଅଧିକ ଚାଉଳ କିଣୀବାକୁ ଗ୍ରୋସରି ଦୋକାନ ଆଗରେ ଧାଡ଼ି ଲଗାଇଛନ୍ତି ।

ଭାରତ ପରି ଋଷ ମଧ୍ୟ ଦେଶରେ ଗହମ ଏବଂ ମକା ଦରଦାମ୍ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଅନେକ ଚୁକ୍ତିକୁ ଋଦ୍ଧ କରିଛି । ଫଳରେ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ଚାଉଳ ଗହମ ଆଦି ଖଅଦ୍ୟ ପଦାର୍ଥର ଅହେତୁକ ଦରଦାମ୍ ବଢିବା ଆଶଙ୍କା ସୃଷ୍ଟି ହୋଇଛି । ଆମେରିକାରେ ଲୋକମାନେ ଛୁଟିନେଇ ଅଧିକ ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କିଣିବାକୁ ଦୋକାନ ଆଗରେ ଧାଡ଼ି ଲଗାଉଥିବା ବେଳେ ଅନେକ ସ୍ଥାନରେ ଦୋକାନୀମାନେ ଏବେଠାରୁ ବଢାଇସାରିଲେଣି ।

ଖାଦ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଅଣ-ବାସୁମତି ଚାଉଳ ଏବଂ ବାସୁମତି ଚାଉଳର ରପ୍ତାନି ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ମୋଟ ରପ୍ତାନିରେ ଉଭୟ କିସମର ଅଂଶ ବହୁତ ବଡ । ଅଣ-ବାସୁମତି ଧଳା ଚାଉଳ ଦେଶରୁ ରପ୍ତାନି ହୋଇଥିବା ମୋଟ ଚାଉଳର ପ୍ରାୟ ୨୫ ପ୍ରତିଶତ ଅଟେ ।

ଭାରତରୁ ଅଣ-ବାସୁମତି ଧଳା ଚାଉଳର ମୋଟ ରପ୍ତାନି ୨୦୨୨-୨୩ ଆର୍ଥିକ ବର୍ଷରେ ୪.୨ ମିଲିୟନ ଡ଼ଲାର ଥିଲା, ଯାହା ପୂର୍ବ ବର୍ଷରେ ୨.୬୨ ମିଲିୟନ ଡ଼ଲାର ଥିଲା। ଭାରତର ଅଣ-ବାସୁମତି ଚାଉଳ ରପ୍ତାନି ପାଇଁ ମୁଖ୍ୟ ଗନ୍ତବ୍ୟସ୍ଥଳ ହେଉଛି ଥାଇଲ୍ୟାଣ୍ଡ, ଇଟାଲୀ, ସ୍ପେନ୍, ଶ୍ରୀଲଙ୍କା ଏବଂ ଆମେରିକା।

୨୦୨୨-୨୩ ବର୍ଷରେ ସେପ୍ଟେମ୍ବରରୁ ମାର୍ଚ୍ଚ ମଧ୍ୟରେ ଅନ୍ୟ ଦେଶକୁ ପଠାଯାଉଥିବା ଏହି ପ୍ରକାର ଚାଉଳର ପରିମାଣ ୪୨.୧୨ ଲକ୍ଷ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଗତ ବର୍ଷ ସମାନ ସମୟ ଅବଧିରେ ଏହା ମାତ୍ର ୩୩.୬୬ ଲକ୍ଷ ଟନ୍ ଥିଲା । ଚଳିତ ବର୍ଷର ପ୍ରଥମ ତିନି ମାସରେ ପ୍ରାୟ ୧୫.୫୪ ଲକ୍ଷ ଟନ୍ ଚାଉଳ ରପ୍ତାନି ହୋଇଥିଲା, ଯାହା ଗତ ବର୍ଷ ତୁଳନାରେ ୧୧.୫୫ ଲକ୍ଷ ଟନ୍ ଅଧିକ ଏବଂ ଏହା କ୍ରମାଗତ ଭାବରେ ୩୫% ଅଭିବୃଦ୍ଧି ହୋଇଛି ।

Get real time updates directly on you device, subscribe now.